ପୁଣି ୧୮୬ ପଜିଟିଭ ଚିହ୍ନଟ ଓ ଆଉ ଜଣେ ମୃତ

0 244

ଭୁବନେଶ୍ୱର,୧୪/୬(ଏସଏସନିୟୁଜ) ପୁଣି ୧୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୭୧ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୫ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି । ୨୦ ଜିଲ୍ଲାରୁ ଚିହ୍ନଟ ୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧, ଝାରସୁଗୁଡା ୨, କେନ୍ଦୁଝର ୧୧, ଯାଜପୁର ୧୨, ମାଲକାନଗିରି ୧, କଟକ ୧୨, ଜଗତସିଂହପୁର ୧୧, ଅନୁଗୁଳରୁ ଜଣେ, ଢେଙ୍କାନାଳ ଦୁଇ, ଭଦ୍ରକ ଜଣେ, ଗଜପତି ୧୫, ବରଗଡ ୧୬, କଳାହାଣ୍ଡିରୁ ୧୬,ଗଞ୍ଜାମ ୪, ପୁରୀ ୭, ସୁନ୍ଦରଗଡ଼ ୩, ବଲାଙ୍ଗୀର ୩, ମୟୁରଭଞ୍ଜ ୧୩ ଓ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମର ୧୩ଜଣ କମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଆଜି କରୋନାରେ ଗଞ୍ଜାମ ଜିଲ୍ଲାର ୫୦ ବର୍ଷ ବୟସ୍କଙ୍କ ମୃତ୍ୟୁ ଘଟିଛି । ସେ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଉଚ୍ଚରକ୍ତଚାପ, ଡାଇବେଟିସ, କିଡନୀ ଭଳି ଏକାଧିକ ରୋଗରେ ପୀଡିତ ଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.