ଚିନ୍ତାରେ ଦାଢାପାଟଣା ଗ୍ରାମବାସୀ

0 457

ବାରଙ୍ଗ:୧୪/୬(ଏସଏସଏନ୍) ଚିନ୍ତାରେ ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଦାଢ଼ାପାଟଣା ପଞ୍ଚାୟତ ର ଦାଢ଼ାପାଟଣା ଗ୍ରାମବାସୀ । ଚିନ୍ତା କରିବା ବି ସ୍ବଭାବିକ । କାରଣ କରୋନା ମହାମାରୀ ଯେଭଳି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ,କାହାକୁ ଥଣ୍ଡା , କାସ , ଛିଙ୍କ ଓ ଜ୍ବର ହେଲେ ସମସ୍ତଙ୍କ ମନରେ ଆପେ ଆପେ ଛନକା ପଶିଆସୁଛି । ସେମିତି ଉକ ଗ୍ରାମର ଏକ ବ୍ୟକ୍ତିଙ୍କୁ ଦୁଇ ଦିନ ହେବ ଥଣ୍ଡା,କାଶ,ଜ୍ଵର ଲାଗିରହିଥିବାରୁ ଗ୍ରାମରେ ଆତଙ୍କ ଖେଳିଯାଇଛି।ଘଟଣାଟି ପ୍ରଚାର ହେବାପରେ ଗ୍ରାମବାସୀ ତୁରନ୍ତ ସରପଞ୍ଚ,ଜିଲ୍ଲାପରିଷଦ ଏବଂ ୱାର୍ଡ ମେମ୍ବର ଙ୍କୁ ଏ ବିଷୟରେ ଅବଗତ କରିଥିଲେ।ଏହି ଖବର ପ୍ରଚାରିତ ହେବାପରେ ଆଖପାଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।ସରପଞ୍ଚ ଏବଂ ଜିଲ୍ଲାପରିଷଦ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ସ୍ୱାବ୍ ଟେଷ୍ଟ ପାଇଁ ମେଡିକାଲ୍ ପଠାଇଛନ୍ତି।

Leave A Reply

Your email address will not be published.