ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା

0 122

ବାଲେଶ୍ୱର ,୨୧/୮(ଏସଏସନିଉଜ)ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି ।ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର ନିର୍ଦ୍ଦେଶ ମଧ୍ୟ ରହିଛି । ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଝଜଉ ପ୍ରଦୀପ ଜେନା ।୧୬ଟି ଗେଟ୍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ ପାଣି ଆସିବ ।ଯାହାର ପ୍ରଭାବରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା ରହିଛି ବୋଲି ସେ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.