ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆଶଙ୍କା !

0 110

ଭୁବନେଶ୍ୱର,୨୧/୮(ଏସଏସନିଉଜ) ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ଆଶଙ୍କା ଦେଖାଦେଇଛି । ଗାଲୁଡିହି ବ୍ୟାରେଜ୍ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଛି । ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ପ୍ରଭାବିତ ହେବ । ଏସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ । ଆଜି ଅପରାହ୍ନ ପରଠାରୁ ପ୍ରଭାବ ପଡ଼ି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ । ଏସବୁ ଅଞ୍ଚଳକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ପ୍ରେସମିଟ୍‌ରେ ସତର୍କ କରାଇଲେ ଝଜଉ ପ୍ରଦୀପ ଜେନା ।୨୦୦୮ ବନ୍ୟା ଠାରୁ ଏହାର ଅଧିକ ପ୍ରଭାବ ପକାଇବ ।ପରିସ୍ଥିତି ଗମ୍ଭୀର ହେବା ଆଶଙ୍କା ଥିବାରୁ ସଜାଗ ରୁହନ୍ତୁ ।ମନ୍ତ୍ରୀ ପ୍ରତାପ ଦେବ ନିଜେ ସେହି ଅଞ୍ଚଳରେ ସ୍ଥିତି ସମୀକ୍ଷା କରୁଛନ୍ତି ।ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକକୁ ଆଲର୍ଟ କରିଛୁ । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ରହିଛି । ଆଖୁଆପଦାରେ ୧ ମିଟର ଉଚ୍ଚରେ ବନ୍ୟା ପାଣି ରହିଛି, କିଛି ସମୟ ପରେ ଖସିବ । କାଣୀନଦୀ ଘାଇ ମରାମତି ସରି ନ ଥିବାରୁ ପାଣି ବଢ଼ିଛି ବୋଲି ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।ଓଡ଼ିଶାରେ ଆଜିଠୁ ଲାଗିଲା ବର୍ଷାରେ ବ୍ରେକ୍ । ପାଗରେ ଆସିବ ପରିବର୍ତ୍ତନ । ଦୁର୍ବଳ ହୋଇଛି ଗଭୀର ଅବପାତ ।ଛାଡ଼ିଛି ବର୍ଷା ହେଲେ ଛାଡ଼ୁନି ଦୁର୍ଦ୍ଦଶା। ରାଜ୍ୟରେ ବେହାଲ କରୁଛି ବନ୍ୟା ।ଏପଟେ ସୁବର୍ଣ୍ଣରେଖା ଅବବାହିକାରେ ବଡ଼ ବନ୍ୟା ଆଶଙ୍କା ନେଇ ସତର୍କ କରାଇଲେ ଝଜଉ ପ୍ରଦୀପ ଜେନା ।

 

Leave A Reply

Your email address will not be published.