ବାଲ୍ୟ ବିବାହକୁ ନା… ଗଠନ ହେଲା ବ୍ଲକ ସ୍ତରୀୟ ଟାକ୍ସଫୋର୍ସ

0 481

ଚୌଦ୍ୱାର,୬/୧(ଏସଏସନିୟୁଜ)ଟାଙ୍ଗୀ ଚୌଦ୍ୱାର ବ୍ଲକ ନୋଡାଲ ଏନ.ଜି.ଓ. ର ଅଧକ୍ଷ ଓ ସମାଜ ସେବୀ  ନରୋତ୍ତମ ଦାସ ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଚିଠି ୩୯୬୨/୧୯.୧୧.୨୦୨୦ ରିଖ ଙ୍କ ଆଦେଶ ରେ ବ୍ଲକ ସ୍ତରୀୟ ବାଲ୍ୟବିବାହ ଟାକ୍ସ ଫୋର୍ସ କମିଟି ସଦସ୍ୟ ରୂପେ ନିଯୁକ୍ତି ପାଇଛନ୍ତି. ଶ୍ରୀ ଦାସ ନିଜର ସମାଜସେବା ସମୟ ମଧ୍ୟ ରେ କଟକ ଜିଲ୍ଲା ଓ ଜିଲ୍ଲା ବାହାରେ  ସାମାଜିକ ସଂଗଠନ ମାଧ୍ୟମ ରେ ବହୁ ବାଲ୍ୟ ବିବାହ କୁ ବନ୍ଦ କରିବାରେ ସଫଳତା ପାଇଛନ୍ତି  ଏହି ନିଯୁକ୍ତି ଫଳରେ ଟାଙ୍ଗୀ ଓ ଚୌଦ୍ୱାର ଆଞ୍ଚଲ ର ଦୁଇଟି ଥାନା ଚୌଦ୍ୱାର ଓ ଟାଙ୍ଗୀ ଅଞ୍ଚଳ ର ଦୁର୍ଗମ ପଞ୍ଚାୟତ ଓ ଗାଁ କୁ ଯାଇ ବାଲ୍ୟବିବାହ ନିଷେଧ ସଚେତନତା ବାର୍ତା ପହଁଚି ପାରିବ ବୋଲି ଆଶା ରଖିଛନ୍ତି ,ଏହି ନିଯୁକ୍ତି ପାଇବା ପରେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ  ବିନୋଦ କୁମାର ସେନାପତି, ଜିଲ୍ଲା ନୋଡାଲ ଏନ. ଜି. ଓ ର ସଭାପତି  ଅମୀୟ ବିଶ୍ୱାଳ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି (ଚୌଦ୍ୱାରରୁ ଶ୍ରୀକାନ୍ତଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.