ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା

0 246

ସକାଳର ଖବର,ତାରିଖ ୧୭/୦୩/୨୦୨୧,ବୁଧବାର
➡️୧-ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଆସୁୁଛି ଅଭିଯୋଗ ।
➡️୨-ଏଣିକି ଏ-୪ ସାଇଜ୍ କାଗଜରେ ବି କରାଯାଇପାରିବ କୋର୍ଟଙ୍କୁ ଆବେଦନ। ଏ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧ ଏପ୍ରିଲରୁ ହେବ କାର୍ଯ୍ୟକାରୀ ।
➡️୩-ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟ କ୍ରମ । ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ।
➡️୪-ଏବେ ସୁଦ୍ଧା ୧୫୦ରୁ ଅଧିକ ଦେଶକୁ ଔଷଧପତ୍ର ଓ ଅତ୍ୟାବଶ୍ୟକ ପଦାର୍ଥମାନ ପଠାଯାଇଛି, ଏହି ସୂଚନା ଭାରତ-ଫିନଲାଣ୍ଡ ଭର୍ଚୁଆଲ୍ ଶିଖର ବୈଠକରେ ଶ୍ରୀ ମୋଦୀ କହିଛନ୍ତି ।
➡️୫-ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରେ ରହିଛି ଭାରତର ୨୨ଟି ସିଟି। ଆଉ ଦିଲ୍ଲୀକୁ ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା ଦିଆଯାଇଛି।
➡️୬-ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା, କହିଲେ ବ୍ୟକ୍ତିଗତ କାରଣ ଯୋଗୁଁ ନେଲି ଏଭଳି ନିଷ୍ପତ୍ତି ।
➡️୭-ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ପ୍ରଭାବିତ ହେଲା ବ୍ୟାଙ୍କିଙ୍ଗ୍ ସେବା : ଘରୋଇକରଣ ବିରୁଦ୍ଧରେ ୧୦ଲକ୍ଷ କର୍ମଚାରୀ ସାମିଲ, ବ୍ୟାଙ୍କ ସେବା ଗୁରୁତର ପ୍ରଭାବିତ ।
➡️୮-ଭାରତୀୟ ରେଳର ହେବନି ଘରୋଇକରଣ, ଚାଲିବ Private ଟ୍ରେନ୍: ପିୟୁଷ ଗୋୟଲଙ୍କ ସୂଚନା ।
➡️୯-ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ । ୪ଦିନ ହେଲା ଲଗାତର ସଂକ୍ରମିତଙ୍କ ସଂଖ୍ୟା ଟପୁଛି ୧୫ ହଜାର । ପୁଣି ସତର୍କ କରାଇଲେ କେନ୍ଦ୍ର ସରକାର ।
➡️୧୦-ଅଣ୍ଡର ଓ୍ବାର୍ଲ୍ଡ ଡନ୍ ଛୋଟା ରାଜନ୍‌କୁ ୧୦ ବର୍ଷ ଜେଲ, ହତ୍ୟା ଉଦ୍ୟମ ମାମଲାର ରାୟ ଶୁଣାଇଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।
➡️୧୧-ଚୀନର ନୂଆ ଚାଲ୍ । ଭିସା ଦେବା ପାଇଁ ବେଜିଂର ନୂଆ ନିୟମ । ଚୀନକୁ ପ୍ରବେଶ କରିବା ଭିସା ପାଇବାକୁ ହେଲେ ନେବାକୁ ପଡିବ ଚୀନ୍ ନିର୍ମିତ କରୋନା ଟିକା ।
➡️୧୨-ହାଇକୋର୍ଟରେ ମାମଲା ଖାରଜ, ନିର୍ମାଣ ହେବ କୋଣାର୍କ ଏନଏସି ଦ୍ୱାରା ହେଲିପ୍ୟାଡ ପାର୍ଶ୍ୱ ବିଶୋଧନ କେନ୍ଦ୍ର ।
➡️୧୩-ଚଳିତ ବର୍ଷ ମଧ୍ୟ ହେବନାହିଁ ବାରିପଦାର ଐତିହାସିକ ଚୈତ୍ର ପର୍ବ, କରୋନା କାରଣରୁ କ୍ରମାଗତ ଦୁଇ ବର୍ଷ ପାଇଁ ବନ୍ଦ ହେଲା ।
➡️୧୪-ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନରେ ଓଡ଼ିଶାର ୨୨ ଜିଲାରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ମାସ୍କ ବଣ୍ଟନ ଏବଂ ସଚେତନତା ସୃଷ୍ଟି ।
➡️୧୫-ଜାତୀୟସ୍ତରର ଅସି ଚାଳନା ପ୍ରତିଯୋଗିତା: ଉତ୍ତରାଖଣ୍ଡ ଗଲେ ବଲାଙ୍ଗୀରର ୫ ଖେଳାଳି ।
➡️୧୬-ଜାତୀୟ ମହିଳା ଦିନିକିଆ: ସୁଶ୍ରୀଙ୍କ ଅର୍ଦ୍ଧଶତକ, ମଧୁସ୍ମିତାଙ୍କୁ ୫ ୱିକେଟ୍‌; ଓଡ଼ିଶାର ଲଗାତାର ବିଜୟ ।
➡️୧୭-ଜୋସ ବଟଲରଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଇଂଲଣ୍ଡ । ଏହାସହ ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଛି ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.