ବଞ୍ଚାଇ ପାରିଲେନି ଡାକ୍ତର

ନନ୍ଦନକାନନରେ ଚାଲିଗଲା ଉଡ଼ନ୍ତା ଗୁଣ୍ଡୁଚିମୂଷାର ଜୀବନ

ବାରଙ୍ଗ,୩ା୪(ଏସଏସନିଉଜ) ସୋମବାରଦିନ ନନ୍ଦନ କାନନରେ ଏକ ଅଣ୍ଡିରାଉଡ଼ନ୍ତା ମୂଷା ମୃତ୍ୟୁବରଣ କରିଛି । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲ କର୍ମଚାରୀଙ୍କଦ୍ୱାରା ଉଦ୍ଧାର ହୋଇ ଚିକିତ୍ସାପାଇଁ ପ୍ରାଣୀଉଦ୍ୟାନରେ ଛଡ଼ାଯାଇ ଥିଲା। ମୂଷାଟି ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ସୋମବାର ଦିନ ଆଖିବୁଜିଛି ।ସୂଚନାଯୋଗ୍ୟଯେ ,ଗତ ୧୯ତାରିଖ ନଭେମ୍ବରମାସରେ ନନ୍ଦନକାନନକୁ ମୂଷାଟି ଆସିବାପରେ ତାକୁ ଚିକିତ୍ସାସହ ଡାକ୍ତର ମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନ୍ଧାରୀଘର ଭିତରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ରଖାଯାଇଥିଲା ।ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ତାର ଶବ ବ୍ୟବଛେଦ କରାଯାଇଛି।ତେବେ ଏହି ପ୍ରଜାତିର ମୂଷା ପ୍ରାୟତ ଘଞ୍ଚଜଙ୍ଗଲ ଅଞ୍ଚଳରେ ଦେଖାଯାଅନ୍ତି। ଖାଦ୍ୟଅନ୍ୱେଷଣ ରେ ଜନବସତି ଆଡ଼କୁ ଚାଲିଆସନ୍ତି । ଜଙ୍ଗଲକ୍ଷୟ ଏହାର ପ୍ରମୁଖ କାରଣବୋଲି ସାଧାରଣ ରେ ମତପ୍ରକାଶ ପାଇଛି।

- Advertisement -

Leave A Reply

Your email address will not be published.