ବନ୍ଦିରେ ରହିଲେ ନନ୍ଦିଙ୍କ ପରିବାର

0 1,136

ବାରଙ୍ଗ,୨୨/୯(ଏସ୍‌ଏସ୍‌ନିୟୁଜ)ବନ୍ଦିରେ ରହିଲେ ନନ୍ଦିଙ୍କ ପରିବାର ।ଏ ହେଉଛି ରାଜଧାନୀ ଉପକଣ୍ଠ ବଡବାଲିପଡା ଗ୍ରାମର କଥା । ଖାଲି ନନ୍ଦି ନୁହନ୍ତ ନନ୍ଦିଙ୍କ ସହ ଅନ୍ୟ କିଛି ପରିବାର ମଧ୍ୟ ଏହିଭଳି ଭାବେ ରହିଛନ୍ତି । ଘରଆଗରେ ବାଉଁଶବାଡବୁଲାଯାଇଥିବାରୁ ଏକଘରିଆ ଭଳି ଜୀବନ ବିତାଉଛନ୍ତି । ।ତାଙ୍କ ପରିବାରର ୩ଜଣଙ୍କର କରୋନା ପଜିଟିଭ ଚିହ୍ନଟ ପରେ ପଂଚାୟତ ତରଫରୁ ଏଭଳି କରାଯାଇ ଥିବାର ଜଣାପଡିଛି । ତେବେ କେବଳ ପଂଚାୟତ  ର ଏହି କାର୍ଯ୍ୟ କୁ ଏକ ପ୍ରକାର ସ୍ୱାଗତ କରୁଥିବାବେଳେ ଲୋକପ୍ରତିନିଧିମାନଙ୍କ ସହ କୋଭିଡ ଦାୟିତ୍ୱରେ ଥିବା ଅଧିକାରୀଙ୍କର ଅସହଯୋଗ ରେ ଅତିଷ୍ଠ ହୋଇ ପଡିଛନ୍ତି ନନ୍ଦିଙ୍କ ପରିବାର । ଯାହାକୂ ନେଇ ମଙ୍ଗଳବାର ଦିନ ଦୁଃଖଭରା କୋହକୁ ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିବାର ଦେଖିବାକୁ ମିଳିଛି । ଆଗକୁ ଦରକାର ପଡିଲେ ପରିବାରସଦସ୍ୟମାନେ ବିଷପାନ କରି ମୃତ୍ୟୁବରଣ କରିବା ପାଇଁ ମଧ୍ୟ ଧମକ ଦେଇଥିବାର ଭିଡିଓରେ ଦର୍ଶାଇଛନ୍ତି ।ଏହି ଭିଡିଓଟି ଏବେ ଅଧିକ ପରିମାଣର ଭାଇରାଲ ହୋଇଚାଲିଛି ।
ଭିଡିଓକୁ ଦେଖିବାପରେ ଜଣାପଡିଛି ଯେ,ଭୁବନେଶ୍ୱରବ୍ଲକଅର୍ନ୍ତଗତ ଦାଢାପଂଚାୟତର ବଡବାଲିପଡା ଗ୍ରାମର ନନ୍ଦିଙ୍କ ଭାଇ କିଶୋରରାଉତ ନାମକ ବ୍ୟକ୍ତି ଏହି ଭିଡିଓଟି ଛାଡିଛନ୍ତି ।ତାଙ୍କ ପରିବାରର ୩ଜଣ ସଦସ୍ୟଙ୍କର ସୋମବାରଦିନ କୋଭିଡ ପରୀକ୍ଷାପରେ ନେଗେଟିଭ ବାହାରିଥିବାର ଅଙ୍ଗନଓାଡିକର୍ମି ତାଙ୍କ ଘରେ ଆସି କହିଥିଲେ । ଏହି ପରିବାର ର ମହିଳାମାନେ ମଙ୍ଗଳବାରଦିନ ଗ୍ରାମର ଅନ୍ୟମହିଳା ମାନଙ୍କ ସହ ମିଶି ମଙ୍ଗଳବାର ଓଷାପାଇଁ ପୁଜା କରିଥିଲେ ।ବୁଧବାରଦିନ ପୁଣି ପଜିଟିଭ ବାହାରିଛି ବୋଲି ଦାଢାପଂଚାୟତ ସରପଂଚ ଙ୍କ ପ୍ରତିନିଧି ତଥା ସରପଂଚଙ୍କ ପୁତୁରା ଅରୁଣକୁମାର ସେନାପତି କହିବା ସହ କଂଟେନମେଂଟ ଯୋନ୍ ଘୋଷଣା ହେବାର କହି ଘରଆଗରେ ବାଉଁଶ ବାଡ ବୁଲାଇଥିଲେ । ଏହାପରଠାରୁ ଏହି ପରିବାର ଗ୍ରାମରୁ ଏକ ପ୍ରକାର ବାସନ୍ଦ ହୋଇଯାଇଥିବା ବେଳେ ରାସନ ସାମଗ୍ରୀ ନଆଣିପାରି ରୋଷେଇ କରିପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସରପଂଚ କହିଲେ ମୋଦେହ ଖରାପ ଯୋଗୁ ଅରୁଣ ସହ କଥା ହୁଅ । ଅରୁଣକୁମାର ସେନାପତିଙ୍କୁ ଫୋନ କରିବାରୁ ବୁଝିକି କହିବି କହି ଆଉ ଫୋନ ଉଠାଇନଥିଲେ ବୋଲି କିଶୋର କହିଛନ୍ତି ।ସୋମବାର ନେଗେଟିଭ ପୁଣି ବୁଧବାର ପଜିଟିଭ ରିପୋର୍ଟକୁ ସହଜରରେ ଗ୍ରହଣ କରିପାରୁନାହାନ୍ତି ଏହି ପରିବାର ।ସୋମବାର ନେଗେଟିଭ ବାହାରିବାପରେ ମଙ୍ଗଳବାର ଦିନ ଅନ୍ୟମାନଙ୍କ ସହ ମିଶି ମଙ୍ଗଳବାରପୁଜା କରିବା ଦ୍ୱାରା ଅନ୍ୟମାନେ ସଂକ୍ରାମିତ ହେବାର ଆଶଙ୍କା ଥିବାରୁ ଅନ୍ୟମାନଙ୍କର କୋଭିଡ ପରୀକ୍ଷା ହେବା ଦରକାର ବୋଲି କିଶୋର କହିଛନ୍ତି । କାଞିଆହଦାରେ ଗୋରୁଗାଇକୁ ବନ୍ଦିକରି ରଖିଦେଲେ ତୋରଣି ସେମାନଙ୍କ ପାଇଁ ଦରକାର ବୋଲି ସରପଂଚଙ୍କ ପ୍ରତିନିଧି କିଭଳି ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନପଚାରିଛନ୍ତି କିଶୋର ।ଆବଶ୍ୟକ ପଡିଲେ ସପରିବାରେ ବିଷପାନକରି ମୃତ୍ୟୁବରଣ କରିବାକୁ ପଛାଇବେନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।ଏହିକଥା ଆମେ କହୁନାହୁଁ ,ଯାହା ଭିଡିଓଟି ବୟାନ କରୁଛିି ।
ତେବେଏହି ଘଟଣାକୁ ସମ୍ପୁର୍ଣଭାବେ ସରପଂଚଙ୍କ ପ୍ରତିନିଧି ତଥା ପୁତୁରା ଅରୁଣ ଅସ୍ୱିକାର କରିବା ସହ ଯାହା ନୀୟମ ରହିଛି ତାମଧ୍ୟରେ ରହି କାର୍ଯ୍ୟ ହେଉଛି ବୋଲି କହିଛନ୍ତି । ହୋମକ୍ୱାରେଟାଇନରେ ରହିଲେ ସେଭଳି ରାସନ ଦେବାର ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ।ତେବେ ସରକାରଙ୍କର ନୀୟମା ନୁସାରେ କଂଟେନମେଂଟ ଯୋନ୍ କରାଯାଇଛ.ତେବେ ପରୀକ୍ଷା ପରେ ପ୍ରାଥମିକ ପର୍ଯ୍ୟାୟରେ ନେଗେଟିଭ ଓ ପରେ ସରକାରୀ ଭାବେ ପଜିଟିଭ ରିପୋର୍ଟ ଆସିବାପରେ ସରପଂଚଙ୍କ କାର୍ଯ୍ୟ ଆରମ୍ଭ ହୋଇଛି ।ତେବେ ଉଦ୍ଦେଶ୍ୟମୁଳକ ଭାବେ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଥିବାର କହିଛନ୍ତି ଅରୁଣ ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.