ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି

0 308

ଭୁବନେଶ୍ୱର,୮/୫(ଏସଏସନିୟୁଜ) ସାମୁଦ୍ରିକଝଡ଼ ଆଣ୍ଡାମାନ ସାଗରରେ ଘନୀଭୂତ ଗଭୀର ଅବପାତ ପରିଣତ ହୋଇଛି ।ସଂଧ୍ୟା ଆଡକୁ ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ଏବେ ପୁରୀଠାରୁ ୧୦୩୦ କିଲୋମିଟର ଦୂରରେ, ଘଣ୍ଟା ପ୍ରତି ୧୬କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଅସାନି । ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ । ବାତ୍ୟା ୧୦ ତାରିଖରୁ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠି ବି ଲ୍ୟାଣ୍ଡଫଲ କରିବନି ବୋଲି ଆକଳନ କରିଛି ଆଇଏମଡି । ବାତ୍ୟା ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ
୧୨ ତାରିଖ ସକାଳ ଯାଏଁ ବର୍ଷା ରସମ୍ଭାବନା ରହିଛି ।୧୦ରେ ଗଜପତି, ଗଞ୍ଜାମ ଓ ପୁରୀ ଓ ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

 

 

 

 

Leave A Reply

Your email address will not be published.