ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା !

0 412

ଭୁବନେଶ୍ୱର, ୧୮/୫(ଏସଏସନିୟୁଜ) ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ୨୩ତାରିଖରେ ହେବାର ଆଶଙ୍କା ଦେଖାଦେଇଛି । ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତିକରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏଯାଏ କିଛି ଆକଳନ କରାଯାଇନାହିଁ । ଆସନ୍ତାକାଲି ଆଡକୁ ଏନେଇ ଚିତ୍ର ସ୍ପଷ୍ଟ ହୋଇଯାଇପାରେ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି । ବାତ୍ୟା ତୌତେ ପ୍ରଭାବରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହା ମଧ୍ୟରେ ଗୋଟିଏ ବାତ୍ୟା ନଜାଉଣୁ ଆଉ ଏକ ବାତ୍ୟା ଆଡକୁ ଇସାରା କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ।ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ୨୬ କିମ୍ବା ୨୭ ତାରିଖ ଆଡକୁ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବ ଓଡିଶା ଉପରକୁ ମଧ୍ୟ ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.