ସୁନ୍ଦରଗଡ଼, ୯/୧୧(ଏସଏସନିୟୁଜ)ପୋଲିସ ବନ୍ଧୁକ ଦେଖାଇ ଆଜି ଅପରାହ୍ନ ରେ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ ହୋଇଛି ।ଏହି ଲୁଟ କରି ଖସି ପଳାଉଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇ ଶେଷରେଧରାପଡିଛି ଲୁଟେରା ।ଲୁଟେରାଠାରୁ ଟଙ୍କା ସହ ବନ୍ଧୁକ ଜବତ ହୋଇଛି ।ଏହିଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଏଏସ୍ଆଇ ମିତ୍ରଭାନୁ ନାଏକଙ୍କ ପୁଅ ଜୟଦେବ ଏକ ବନ୍ଧୁକ ନେଇ ବାଇକ ଯୋଗେ ସାଙ୍ଗରେ ଏକବ୍ୟାଗ ଆଣି ଆକ୍ସିସ୍ ବ୍ୟାଙ୍କକୁ ଆସିଥିଲେ ।ବ୍ୟାଙ୍କକ୍ୟାସିଅର ଓ ପରେ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୫ଲକ୍ଷଟଙ୍କା ନେଇ ପଳାଇଯାଇଥିଲେ ।ଯିବାବେଳେ ଆଣିଥିବା ବାଇକକୁ ଛାଡି ରାସ୍ତାରେ ଯାଉଥିବା ଏକ ବାଇକ ଚାଳକକୁ ବନ୍ଧୁକ ଦେଖାଇ ତାହା ସାଙ୍ଗରେ ଚାଲିଯାଇଥିଲେ ।ପରେ ମ୍ୟାନେଜରଙ୍କଠାରୁ ପୋଲିସ ଖବରପାଇ ଲୁଟେରାର ପଛା କରି ତାଙ୍କ ଘରେ ପହଁଚିଯାଇଥିଲେ ।ପୋଲସକୁ ଦେଖି ଜୟଦେବ ଗୁଳିମାଡ ପୋଲିସ ଉପରକୁ ଆରମ୍ଭ କରିଥିଲା ।ଏହାପରେ ପୋଲିସମଧ୍ୟ ପାଲଟା ଗୁଳିମାଡ କରିଥିଲା ।ଫଳରେ ପୋଲିସ ଗୁଳିରେ ଆହତ ହେବାପରେ ଜୟଦେବକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା ।