ବାଙ୍କି ବିଧାୟକ ହାଏ ହାଏ ,ନିଆଳି ବିଧାୟକ ହାଏ ହାଏ

ଚଲାଇଦେଲେନାହିଁ ପଂଚାୟତ ସମିତି ବୈଠକ

0 201

ବାରଙ୍ଗ,୧୩ା୫(ଏସଏସନିଉଜ)ବୁଧବାରଦିନ ବାରଙ୍ଗ ପଂଚାୟତସମିତର ହୋଇଥିବା ଷଷ୍ଠ ସାଧାରଣ ବୈଠକରେ ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ଘଂଟବଜାଇ ପ୍ରବଳ ହଟଗୋଳ କରିବାରୁ ସମିତି ବୈଠକ ବନ୍ଦ ହୋଇଯାଇଥିଲା ।ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ସେମାନଙ୍କ ସମ୍ମାନ କ୍ଷୁର୍ଣ ହୋଇଥିବାର ପ୍ରତିବାଦ ଦର୍ଶାଇ ବିଧାୟକ,ଅଧକ୍ଷା ଓ ବିଡିଓଙ୍କ ବିରୁଦ୍ଧରେ ନାରାବାଜି ଲଗାଇରଖିଥିବାରୁ ବାଧ୍ୟହୋଇ ଦୁଇବିଧାୟକ କକ୍ଷତ୍ୟାଗ କରିବାପରେ ବୈଠକ ବାତିଲ ହୋଇଯାଇଥିଲା ।ଏହିଘଟଣାକୁ ଏବେ ବାରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାସ ଯେ,ପୁର୍ବପ୍ରସ୍ତୁତି ଅନୁଯାୟୀ ବୁଧବାର ପୂର୍ବାହ୍ନରେ ସମିତିକାର୍ଯ୍ୟାଳୟରେ ବାରଙ୍ଗ ପଂଚାୟତସମିତର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଟିତ ହୋଇଥିଲା।ବ୍ଲକଅଧକ୍ଷା ସାବିତ୍ରୀ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାଙ୍କୀବିଧାୟକ ଦେବୀରଞ୍ଜନ ତ୍ରିପାଠୀ ,ନିଆଳିବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇଥିଲେ । ବୈଠକରକାର୍ଯ୍ୟସୂଚୀ ଅନୁଯାୟୀ ମୋଟ ୭ ଗୋଟି ପ୍ରସ୍ତାବ ଉପରେ ଆଲୋଚନା ଥିବାବେଳେ ଗ୍ରାମପଂଚାୟତ ସଂପ୍ରସାରଣଅଧିକାରୀ ପ୍ରଥମେ କାର‌୍ୟ୍ୟସୂଚି ଅନୁଯାୟୀ ପୂର୍ବ ବୈଠକ ବିବରଣି ପାଠ କରୁଥିଲେ ।ପୁର୍ବବୈଠକରେ ଏକ ରାସ୍ତାକାମକୁ ନେଇ କୁହ୍ଲେଇପଡା ସରପଂଚ ଓ ବେଲଗଛିଆ ସମିତି ସଭ୍ୟଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ଘଟଣାକୁନେଇ କରାଯାଇଥିବା ନିନ୍ଦା ପ୍ରସ୍ତାବ ଓ ରେଜୁଲେସନରେ ଅଭଦ୍ରଚିତ ଭଳି ଏକ ଅପଶଦ୍ଦକୁ ବ୍ୟବହର କରାଯାଇଥିବାର ବିବରଣି ପାଠବେଳେ ଜଣାପଡିଥିଲା ।ଏହାକୁନେଇ ପ୍ରଥମେ ସରପଂଚ ରିତାଞଳିସାମଲ ଓ ସମିତିସଭ୍ୟ କିଶାନଜେନା ବିରୋଧ କରିବାଆରମ୍ଭ କରିଥିଲେ ।ସେମାନଙ୍କର ଯୁକ୍ତି ଥିଲା ଯେ,ସଭ୍ୟସଭ୍ୟାମାନଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କକୁ ଏଭଳି ଆଖ୍ୟା ଦିଆଯିବାଠିକ ନୁହେଁ ।ବାଙ୍କି ବିଧାୟକ ମଧ୍ୟ କୁଡ଼େଇପଡା ସରପଞ୍ଚଙ୍କୁ ବଳପୂର୍ବକ ଚୁପ କରାଇବାକୁ ଜୋରରେ ଟେବୁଲ ବାଡେଇ ବସିବାକୁ ଧମକ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ମଧ୍ୟ ସିଟରୁ ଉଠି ଆସି ଉଚ୍ଚ ସ୍ବରରେ କୁହ୍ନେଇପଡା ସରପଞ୍ଚଙ୍କୁ ତାଗିତ କରିଥିଲେ। ଯାହାକୁ କେନ୍ଦ୍ର କରି ଗୃହରେ ବିଶୃଙ୍ଖଳା ମଧ୍ୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଅଭିଯୋଗ କରିଥିଲେ ।ତେଣୁ ରେଜୁଲେସନରେ ଲଖାଯାଇଥିବା ଅଭଦ୍ରଚିତ ଭଳି ଏକ ଅପଶଦ୍ଦକୁ ପ୍ରତ୍ୟାହାରକରିବାକୁ ଦାବୀକରିଥିଲେ ।କିନ୍ତୁ ଏଥିପ୍ରତି କେହି ଗୁରୁତ୍ୱ ନଦେବାରୁ ଦାଢାସମିତିସଭ୍ୟ ଦିପକସ୍ୱାଇଁଙ୍କ ସମେତ ଅନ୍ୟ ସରପଂଚ ଓ ସମିତିସଭ୍ୟମାନେ ଏମାନଙ୍କୁ ସମର୍ଥନ କରି ହୋହାହ୍ଲା କରିବା ସହ ବାଙ୍କି ଓ ନିଆଳି ବିଧାୟକ ହାଏହାଏ,ବିଡିଓ ଓ ଅଧକ୍ଷା ଛିଛି ବୋଲି ସ୍ଲୋଗାନ ମାନ ଦେଇଚାଲିଲେ ।ଏହାପରେ ପ୍ରାୟ ୧ଘଂଟାକାଳ ଘଂଟବାଡେଇ ପ୍ରତିବାଦ କରିଥିଲେ ।ଶେଷରେ ବାଧ୍ୟହୋଇ ଦୁଇବିଧାୟକ ଓ ଅଧକ୍ଷା କକ୍ଷତ୍ୟାଗ କରିବାପରେ ସମିତିବୈଠକ ବନ୍ଦ ହୋଇଯାଇଥିଲା ।ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଏହାର ପ୍ରଭାବ ପଡିପାରେ ବୋଲି ବାରଙ୍ଗରେ ବେଶ ଚର୍ଚ୍ଚା ଚାଲିଛି ।

 

Leave A Reply

Your email address will not be published.