ମନଇଛା ବଢୁଛି ଗ୍ୟାସ ଦର

0 141

ମେଣ୍ଢାଶାଳ,୨୪।୫(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ଘରୋଇ ଗ୍ୟାସ୍ ଦର ଉପରେ ଅଙ୍କୁସ ରହୁନାହିଁ ଡିଷ୍ଟିବୁଟରମାନେ ସତେ ଯେମିତି ପ୍ରତିଯୋଗିତା ଭିତିରେ ଏବଂ ମନମୁଖି ବଢାଇ ଚାଲିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଘରେ ପହଁଚାଇବା ସହ ଏକ ନିଧିଷ୍ଟ ମୂଲ୍ୟ ଚାରିଆଡେ ସମାନ ନିର୍ଦ୍ଧାରଣ କରିଥିବା ବେଳେ କିନ୍ତୁ ସରକାର ଗ୍ୟାସ୍ ଦର ଯେତେ ବୃଦ୍ଧି କରି ଚାଲିଛନ୍ତି ସେହି ଅନୁସାରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଁଚାଉ ଥିବା କର୍ମଚାରିମାନେ ମଧ୍ୟ ତାଙ୍କ ମନଇଛ ଦର ନିର୍ଦ୍ଧାରଣ କରୁଛନ୍ତି । ଏହା ଦେଖିବାକୁ ମିଳିଛି ଜଟଣୀ ବ୍ଲକ୍ ଛତାବର ଏବଂ ଗଙ୍ଗପଡା ପଞ୍ଚାୟତରେ ଥିବା ତିନୋଟି ଘରୋଇ ଡିଷ୍ଟିବୁଟର ଡିପୋରେ । ଡିଷ୍ଟିବୁଟର ଗ୍ୟାସ୍ ଦର ଟ ୧୧୨୯ ଙ୍କା ଥିଲାବେଳେ ଘରେ ପହଁଚାଇବା ପାଇଁ ଟ ୧୧୮୦ ଙ୍କା ଏବଂ ଟ ୧୧୬୦ ଙ୍କା ନେଉଛନ୍ତି । ସରକାରଙ୍କ ନିୟମ ଅନୁସାରେ ଘରେ ପହଁଚାଇବା ପାଇଁ କୌଣସି ଦେୟ ନେବା କଥା ନୁହେଁ କିନ୍ତୁ ସେମାନେ ମନଇଛା ବଢାଇ ନେଉଛନ୍ତି ଏବଂ ବିଲ୍ ସେହି ଟ ୧୧୨୯ ଙ୍କା ଦେଉଛନ୍ତି । ଏନେଇ ଉପରସ୍ଥ ଅଫିସରଙ୍କୁ ଜାଣାଇବାରୁ ଜଣାପଡୁଛି କି ସତେ ଯେପରି ସେ ଠିକା ଆଣିଛନ୍ତି ଏଣୁ ତାଙ୍କର ଟାର୍ଗେଟ୍ ପୁରଣ କରିବା ଜରୁରି କିନ୍ତୁ ଏହାର ପ୍ରଭାବ ହାଣ୍ଡିଶାଳ ଉପରେ ଯେ ପଡୁଛି ଫଳରେ ଗୃହିଣୀ ମାନେ ଗ୍ୟାସରେ ରୋଷେଇ କରିବାକୁ ଡରିଲେଣି ଏମିତିକି ଅଙ୍ଗନଓ୍ବାଡି ଗୁଡିକରେ ଗ୍ୟାସ୍ ଯୋଗାଉଥିବା ଛତାବର ଡିଷ୍ଟିବୁଟର ଡିପୋର କର୍ମଚାରି ଟ ୧୧୨୯ ଙ୍କା ବିଲ୍ ଦେଇ ଟ ୧୧୮୦ ଙ୍କା ଜବରଦସ୍ତି ନେଇଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗୃହିଣୀ ମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ମଧ୍ୟ ଏହାର ବିରୋଧ କରୁଛନ୍ତି ।( ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.