ଚୋରାଗାଡି ଜବତ,ଜଣେ ଗିରଫ

0 119

ମେଣ୍ଢାଶାଳ,୨୩।୫(ଏସଏନିଉଜ ) ମଙ୍ଗଳବାର ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳର ରାଧାଚରଣପୁର ଗ୍ରାମରୁ ଏକ ବାଇକ୍ ଚୋରି କରି ଜଣେ ଗିରଫ୍ ହୋଇ ଆଜି କୋର୍ଟ ଚାଲାଣ ହୋଇଛି ।
ସୂଚନା ମୁତାବକ ଗତ ୧୩ତାରିଖ ସକାଳେ ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ଗେଟ୍ ପାଖ ରାଧାଚରଣ ପୁରର ଗ୍ରାମର କିରଣ କୁମାର ପ୍ରଧନଙ୍କ ଦାଣ୍ଡଦୁଆରୁ ବାଜାଜ୍ ଡିସ୍କଭରୀ ମୋଟର ସାଇକେଲ୍ ଟିକୁ କୌଣସି ଦୃର୍ବୁତ ଚୋରି କରି ନେଇ ଯାଇଥିଲା । ଚାରିଆଡେ ବହୁ ଖୋଜା ଖୋଜି କରି ନ ପାଇବାରୁ ଏ ନେଇ ଇମ୍ଫୋଭ୍ୟାଲି ଥାନାରେ ଏକ ଅଭିଯୋଗ କରିଥିଲେ । ଇମ୍ଫୋଭ୍ୟାଲି ଥାନା ତନାଘନା ତଦନ୍ତ ଚଳାଇ ଚତୁରତା ସହ ସେହି ରାଧାଚରଣପୁରଗ୍ରାମର ପ୍ରସାନ୍ତ ବେହେରା(ଗାଣ୍ଡୁ)(୨୮) କୁ ଥାନାକୁଆଣି ପଚରା ଉଚରା କରିବାରୁ ସେ ସବୁ ଦୋଷ ମାନିଯାଇଥିଲା ଏବଂ ଗାଡିଟିକୁ ପୁରା ଖୋଲା ଖୋଲି,ଟିକିଟିକି କରି ଓଗାଳପଡା ଗ୍ରାମର ଏକ ଫାର୍ମ ହାଉସ୍ ପାଚେରୀ କଡରେ ରଖିଥିବା କହି ପୋଲିସ୍ ସଙ୍ଗେ ଯାଇ ଦେଖାଇ ଥିଲାା ପୋଲିସ୍ ଉକ୍ତ ଖଣ୍ଡ ବିଖଣ୍ଡିତ ଗାଡିଟିକୁ ଜବତ କରି ନିଜ ଆୟତରେ ରଖିଥିବା ବେଳେ ଗାଣ୍ଡୁ ବେହେରାକୁ ଆଜି କୋର୍ଟ ଚାଲାଣ କରିଛି।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.