ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

0 163

ଭୁବନେଶ୍ୱର,୨୪।୫(ଏସଏସ ନିଉଜ) ରାଜଧାନୀ ଭୁବନେଶ୍ୱରୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜୀବନ ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହୁଛନ୍ତି । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତକିଛିଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା । ତେବେ ଗତମାସରେ ସୁଶାନ୍ତଙ୍କ ଝିଆରିଙ୍କୁ ସୁଜିତ ଓ ତାଙ୍କ ସହଯୋଗୀ ମାନେ ଦୁର୍ବ୍ୟବହାର କରିବା ରାସ୍ତାରେ ଟଣାଓଟରା କରିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା।ତେବେ ପ୍ରତିହିଂସା ପରାୟଣ ହୋଇ ଆଜି ଭୋରୁ ସୁଶାନ୍ତ ତାଙ୍କ ପତ୍ନୀଙ୍କୁ ୪ନମ୍ବର ରେ ଛାଡି ଘରକୁ ଫେରୁଥିବା ବେଳେ ଖଣ୍ଡା, ଭୂଜାଲି ରେ ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.