ବନ୍ୟା କ୍ଷତିଗ୍ରସ୍ତ  ଚାଷୀଙ୍କ କ୍ଷତିପୂରଣ ଦାବୀ କଲା ନୀଳାଞ୍ଚଳ କୃଷକ ମହାସଙ୍ଘ

0 323

କଣାସ ୧୩/୯(ଏସଏସନିୟୁଜ)ଚଳିତ ବର୍ଷ କଣାସ ବ୍ଲକରେ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ଶହଶହ ଏକର ଧାନଚାଷ ଉଜୁଡି ପଡିଥିବା ବେଳେ ଅନେକ ଲୋକେ ପାଣି ଘେରରେ ରହିଥିଲେ । ଏହା ସହିତ କଚା ଘର ଗୁଡିକ ପାଣି ଘେରରେ ରହିବା ଦ୍ୱାରା ଅନେକ କାନ୍ଥ ଭାଙ୍ଗି ଯାଇଛି । ଏନେଇ ଆଜି ନୀଳାଞ୍ଚଳ କୃଷକ ମହାସଙ୍ଘ ପକ୍ଷରୁ ଜଙ୍ଗରା ଛକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଦାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବନ୍ୟାର ସ୍ଥାୟୀ ପ୍ରତିକାର ସହିତ କ୍ଷତିଗ୍ରସ୍ତ ଚାଷି ପରିବାର ସହାୟତାରୁ ବାଦ ପଡିଥିବା ସିରୋଇ ଓ ତ୍ରିଲୋଚନପୁର ୨ପଂଚାୟତର ଅନେକ ଗ୍ରମାକୁ ଅନୁକମ୍ପା ପ୍ରଦାନ ସହିତ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିକୁ ପୂନଃ ତଦନ୍ତ କଋ ସେମାନଙ୍କୁ ବନ୍ୟାପ୍ଳାବିତ ଅଂଚଳ ଘୋଷଣା କରାଯିବାକୁ ଦାବୀ ହୋଇଥିଲା  । ଏହାସହ ଦୟାନଦୀ ଉଭୟ ପାଶ୍ୱର୍ ବନ୍ଧକୁ ଉଚ୍ଚ ଓ ପ୍ରଶସ୍ଥି କରିବା ସହିତ ନଦୀ ଶର୍ଯ୍ୟାକୁ ଖନନ କରାଯାଉ । ସମସ୍ତ କୃଷି ଋଣ ଛାଡ କରାଯିବା ସହିତ ସୁଧମୁକ୍ତ ଋଣ ପୁନଃ ପ୍ରଦାନ କରାଯିବା ସହ ଆଗାମୀ ରବି ଋତୁରେ କ୍ଷତିଗ୍ରସ୍ତ ଚାଷିଙ୍କୁ ମଗଣାରେ ଚିନାବାଦାମ ,ବିରି,ମୁଗ, ପନିପରିବା ମଞ୍ଜି,ସାର,କୀଟନାଶକ ଔଷଧ ଯୋଗାଇ ଦେବାପାଇଁ ବୈଠକରେ ଦାବି ହୋଇଥିଲା । ଏଥିସହିତ ଗତ ଫନୀ ବାତ୍ୟାରେ ଭାଙ୍ଗି ଯାଇଥିବା ଘର ଅଦ୍ୟବଧି କ୍ଷତି ପୂରଣ ଦିଆ ଯାଇନଥିବା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଯଥାଶୀଘ୍ର ସର୍ବ ପ୍ରଥମେ ଯେଉଁ ଘରଭଙ୍ଗା ତାଳିକା ପ୍ରସ୍ତୁତି କରାଯାଇଥିଲା । ସେହି ତାଲିକା ଅନୁଯାଇ ହିତାଧିକାରୀମାନଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ପ୍ରଦାନ ଏବଂ ଅଚଳ କରାଯାଇ ଥିବା ବ୍ୟାଙ୍କ ଆକାଉଂଟକୁ ତୁରନ୍ତ ଚାଲୁ କରିବା ପାଇଁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶତାଧିକ ଚାଷି ଯୋଗଦେବା ସହ ନୀଳାଞ୍ଚଳ କୃଷକ ମହାସଙ୍ଘର ଜିଲ୍ଲା ସମନ୍ୱୟ କମିଟିର ଅଧ୍ୟକ୍ଷ ଗୁଣନିଧି ପାତ୍ର,ସତ୍ୟବାଦୀ ବ୍ଳକ ସଭାପତି ଫଗୁ ପରିଡା,କଣାସ ବ୍ଳକ ସମ୍ପଦକ ଅନାଥ ଦାସ,ସଭ୍ୟ ଦୁଃସାଶନ ପରିଡା ,ସୁଦର୍ଶନ ପ୍ରଧାନ,ଗୋପବନ୍ଧୁ ସାମନ୍ତରା,ପ୍ରତାପ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଘଟଣାର ସୁସମାଧାନ ନହେଲେ ଆଗାମୀ ଦିନରେ ନୀଳାଞ୍ଚଳ କୃଷକ ମହାସଙ୍ଘ ରାଜ ରାସ୍ତାକୁ ଓହ୍ଳାଇବାକୁ ଚେତାବନୀ ଦେଇଛି ।

କଣାସରୁ ବିଶ୍ୱଜିତ୍ ପ୍ରଧାନଙ୍କ ରିପୋର୍ଟ ।

Leave A Reply

Your email address will not be published.