କିଏ କଣ ଦେଖୁଛି ..

0 434

ଆଜି ରାତିର ଗପ-କିଏ କଣ ଦେଖୁଛି …
ମଦନ ପୁର ନାମ ଗୋଟେ ଛୋଟ ଗାଁ ଟି ଥିଲା । ସେ ଗାଁ ରେ ଛୋଟ ବଡ ମିଶି ଅନେକ ପରିବାର ବସବାସ କରୁଥିଲେ । ସେ ଗାଁ ରେ ମାଧିଆ ନାମକ ଗୋଟିଏ ଚୋର ରହୁଥିଲା ୲ । ମାଧିଆ ଯାହା ବି ଚୋରି ଡକୟତ କରି ଟଙ୍କା ଆଣେ ସେଥିରେ ତା ପରିବାର ର ଭରଣ ହୋଇଥାଏ ।
ଦିନେ ମାଧିଆ ର ପୁଅ ପଚାରିଲା ବାପା ତମେ ଏତେ ଟଙ୍କା ସୁନା ଗହଣା କୋଉଠୁ ଆଣୁଛ ?
ମାଧିଆ କହିଲା ପୁଅରେ ଚୋରି ଡକୟତ କରି ଆଣିଛି । ଏ ଆମର କୁଳ ବେଉସା । ତୁ ବି ଶିଖିବା ଦରକାର. ତୁ ଆଜି ମୋ ସହ ଚାଲେ ଦେଖିବୁ, ମୁଁ କେମିତି ଚୋରି ଡକୟତ କରୁଛି ? ରାତି ରେ ପୁଅ କୁ ନେଇ ବାହାରିଲା ଚୋରି ପାଇଁ  । ବାଟରେ ଯାଉଯାଉ ବାଟରେ ଏକ ଭରପୁର ଫଳବଗିଚାକୁ ଦେଖି ତାର ଲୋଭ ବଳିଲା ପୁଅକୁ କହିଲା ଆଜି ଆଉ ଅଧିକ ବାଟ ଯିବାକୁ ପଡ଼ିବନି । ଏ ବାଡି ରୁ ଚୋରି କରି ନେବା । ଏ କଥା କହି ପୁଅ କୁ ବାଟରେ ଜଗେଇ ବାଡ଼ି ର ପ୍ରାଚୀର ଡେଇଁ ଭିତରକୁ ଗଲା । ପୁଅକୁ କହିଲା ତୁ ଏଇଠି ଥା , କିଏ ଆସିବ କି ,କିଏ ଆମକୁ ଦେଖିବ କହିବୁ ,ଏହାପରେ
ସେ ଗଛ ରେ ଚଢି ଫଳ ସବୁ ଚୋରି କରିଚାଲିଲା  । ଗଛ ଉପରେ ଥାଇ କହିଲା ପୁଅ ରେ ଆମ କୁ କିଏ ଦେଖୁଛି କି ? ପୁଅ କହିଲା ହଁ…ବାପା ଆମକୁ ଦେଖୁଛି ? ପୁଅ କଥା ଶୁଣି ମାଧିଆ ଗଛ ଉପରୁ ତଳକୁ ଡେଇଁ ସିଧା ଧାଇଁଲା । ବାପାର ଦୈାଡିବା ଦେଖି ପୁଅ ତା ପଛେପଛେ ଦୈାଡିବାକୁ ଲାଗିଲା ।କିଛିବାଟ ଯିବାପରେ ମାଧିଆ ବାଟ ରେ ପଚାରିଲା ଆରେ ମୂର୍ଖ କିଏ ଦେଖୁଥିଲାକିରେ ? ପଛକୁ ଦେଖିଲା ବେଳେ ତ କେହି ନଥିଲେ, କିଏ ଦେଖିଲା ଆମକୁ  । ପୁଅ କହିଲା ବାପା ଆମକୁ ଉପରେ ଥିବା ଭଗବାନ ଦେଖୁଥିଲେ  । ପୁଅ କଥା ଶୁଣି ମାଧିଆ ରାଗି ଯାଇ ତା ପୁଅର କାନ ମୋଡି ଦି ଚଟକଣି ଦେଲା । କହିଲା ଆରେ ମୂର୍ଖ ମୁଁ ସବୁଦିନ ମନ୍ଦିର ରୁ ସୁନା ଗହଣା ଚୋରି କରୁଛି ଭଗବାନ ଙ୍କୁୁ ଦେଖିପାରୁନାହଁ ତୁ ଦେଖଦେଲୁ କିପରି ? ନା ମୋ ଆଗରେ ଚୋରୀବିଦ୍ୟା ନଶିଖିପାରିବା ପାଇଁ ନୁଆ ନାଟକ କରୁଛୁ  ।
ପୁଅ କାନ୍ଦିକାନ୍ଦି କହିଲା ବାପା ଆମ ସ୍କୁଲ ରେ ଆମ ସାର ମାନେ ତ କୁହନ୍ତି ଆମେ କରୁ ଥିବା କାର୍ଯ୍ୟ  କୁ ମଣିଷ ନ ଦେଖିପାରିଲେ ବି ଉପରେ ଥିବା ଭଗବାନ ଦେଖିଥାନ୍ତି । ଭଲ କାର୍ଯ୍ୟ ପାଇଁ ଭଲ ଫଳ ଓ ଖରାପ କାର୍ଯ୍ୟ  ପାଇଁ ଖରାପ ଫଳ ଦେଇଥାନ୍ତି  ।  ପୁଅ ର ଏ ଭଳି କଥା ଶୁଣି ମାଧିଆ ର ମନ ତରଳି ଗଲା ।ପୁଅ ପାଖରେ ତାକୁ ଛୋଟିଆ ଲାଗିଲା । ସେ ଚୋରିକାର୍ଯ୍ୟ ଛାଡିଦେଇ ପରିଶ୍ରମ କରି ଚଳିବାକୁ ନିଷ୍ପତି ନେବା ସହ ପୁଅର ଚିନ୍ତାଧାରକୁ ସାବାସି ଦେଇପୁଅକୁ କୋଳେଇନେଲା ।

ରଚନା- ଶଶିକାନ୍ତନାୟକ,ରଘୁନାଥପୁର,ଭୁବନେଶ୍ୱରନୁଆ  ।

Leave A Reply

Your email address will not be published.