ବନ୍ୟାବିପନ୍ନଙ୍କୁ ଦେଲେ ମାଗଣା ସୁରକ୍ଷା କିଟ୍

0 231

ଡେଲାଙ୍ଗ ୨/୯(ଏସ ଏସ ନିୟୁଜ ) ସାରା ବିଶ୍ୱରେ ମହାମାରୀ କରୋନା ଆକ୍ରାନ୍ତରେ ଅନେକ ଲୋକପ୍ରାଣ ହରାଇ ଥିବାବେଳେ ଲୋକେ ଏହି ରୋଗଠାରୁ ନିଜକୁ ଦୂରେଇ ରଖିବା ପାଇଁ ଆପ୍ରଣ ଉଦ୍ୟମ କରୁଛନ୍ତି । ହେଲେ ଡେଲାଙ୍ଗ ଅଂଳରେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା ଜନସାଧାରଣ ନିଜକୁ କରୋନା ସୁରକ୍ଷା କରିବା ପାଇଁ ବଡ କଷ୍ଟକର ହୋଇପଡୁଛି । ଏହି ବନ୍ୟାବିପନ୍ନଙ୍କୁ କରୋନା ଓ ବନ୍ୟାସ୍ଥିତିର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ ହାତ ବଢାଇଛି । ଯୁବରେଡକ୍ରସ ଓଡିଶା ଶାଖା ତରଫରୁ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ର ଯୁବରେଡକ୍ରସ ୟୁନିଟକୁ ପାରିବାରିକ ସ୍ୱାସ୍ଥ୍ୟସୁରକ୍ଷା ଉପକରଣ କିଟ୍ ଯୋଗଇଦିଆଯାଇଛି ।ଏହି ପ୍ରରିପ୍ରେକ୍ଷିରେ ଡେଲାଙ୍ଗ ବ୍ଲକର ସୁଜନପୁର ପଂଚାୟତର ବାଲିଉପର ଗ୍ରାମରେ ଥିବା ସମସ୍ତ ଦଳିତ ବସ୍ତିକୁ ପରିବାରିକ ସୁରକ୍ଷା କିଟ ପ୍ରଦାନ କରାଯାଇଛି । ଏହି ସୁରକ୍ଷା କିଟ୍‌ରେ ବ୍ଲିଚିଂ ,ଫିନାଇଲ,ସାବିନ,ସାନିଟାଇଜର ଓ ମାସ୍କ ଆଦି ରହିଛି । ଏହି ସୁରକ୍ଷା କିଟ୍ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ.ଅକ୍ଷୟ ତ୍ରିପାଠୀ,କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ , ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସରିଜ କୁମାର ପଣ୍ଡା,ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ସାହୁ ତତ୍ୱାବଧାନତାରେ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ସହେଯାଗରେ ବଣ୍ଟନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ପ୍ରତିନିଧି ସଂଞ୍ଜୟ ରାଉତରାୟ ଓ ଦିଷ୍ମନ୍ତ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜନସଧାରଣ ଏହି କାର୍ଯ୍ୟକୁ ପ୍ରସଂଶା କରିବା ସହିତ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.