ଯୋଦ୍ଧାଙ୍କୁ କରୋନା,ଭୟରେ ଥାନା କର୍ମଚାରୀ

0 491

ବାରଙ୍ଗ,୨/୯(ଏସ୍‌.ଏସ୍‌.ନିୟୁଜ)କରୋନାମହାମାରୀର ପ୍ରକୋପ ଧିରେଧିରେ ବଢୁଥିବାବେଳେ ସରକାର ପ୍ରାୟ ସମୟରେ ସାଧାରଣଲୋକଙ୍କ ଧନଜୀବନର ସୁରକ୍ଷାପାଇଁ ସଚେତନତା କରିଚାଲିଛନ୍ତି । ଏହି ସମୟରେ ପୋଲିସର ଭୁମିକା ମଧ୍ୟ କମ୍ ନୁହେଁ । ପୋଲିସ କର୍ମଚାରୀମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ କରୋନା ଗାଇଡଲାଇନକୁ ମାନିବା ଓ ମହାମାରୀ କବଳରୁ ବଂଚିବାକୁ ପରାମର୍ଶ ଦେବାକୁ ପଛାଇନଥିବାର ଦେଖିବାକୁ ମିଳିଛି ।ପୋଲିସର ଏହି କାର୍ଯ୍ୟ ସେମାନଙ୍କୁ କରୋନା ଯୋଦ୍ଧା ବନାଇଦେଇଥିଲା ।ଏବେ ଏହି କରୋନା ଯୋଦ୍ଧା ଜୀବନ ପ୍ରତି ବିପନ୍ନ ଥିବାର ଦେଖିବାକୁ ମିଳିଛିାଯାହାର ଜ୍ୱଳନ୍ତ ଉଦାହରଣ କମିସିନେରେଟ ପୋଲିସର ଆଦର୍ଶଥାନା ନନ୍ଦନକାନନ ଓ ବାରଙ୍ଗଥାନାରେ ଅନୁଭୁତ ହୋଇଛି । କରୋନାକୁ ନେଇ ଉଭୟ ଥାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ନନ୍ଦନକାନନ ଥାନା ଓ ବାରଙ୍ଗଥାନାରେ ୫ଜଣ ଲେଖାଁ କର୍ମଚାରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତିା ଆଦର୍ଶଥାନା ନନ୍ଦନକାନନରେ ଜଣେ ଡ୍ରାଇଭର,୨ଜଣ କନେଷ୍ଟବଲ,ଜଣେ ଏଏସ୍‌ଆଇଙ୍କର ପଜିଟିଭ ଜଣାପଡିଥିବାବେଳେ ବୁଧବାରଦିନ ପୁଣି ଚିକିସ୍‌।ରତ ଜଣେ ଅଫିସରଙ୍କର ପଜିଟିଭ ବାହରିଛି ।ଏମାନଙ୍କ ମଧ୍ୟରୁ ଡ୍ରାଇଭର ଚିକିସ୍‌। ହୋଇ ଫେରିଥିବାବେଳେ ୪ଜଣ ଏବେ ଚିକିସ୍‌।ଧିନ ରହିଥିବାର ନନ୍ଦନକାନନ ଥାନାଅଧିକାରୀ ବିଶ୍ୱରଞନ ସେନାପତି କହିଛନ୍ତି ।
ସେହିଭଳିଭାବେ ପୁର୍ବରୁ ଗୋଡିସହିଫାଣ୍ଡିରେ କାର୍ଯ୍ୟରତ ଜଣେ ଏଏସଆଇ କୋଭିଡ ଭୁତାଣୁରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଏବେ କାର୍ଯ୍ୟରେ ଯୋଗଦେଇଛନ୍ତି । ବାରଙ୍ଗଥାନାରେ ୪ଜଣ କନେଷ୍ଟବଳଙ୍କ ସମେତ ଜଣେ ଏଏସଆଇଙ୍କର ସୋମବାରଦିନ ପଜିଟିଭ ଜଣାପଡିଥିବା ବାରଙ୍ଗଥାନାଅଧିକାରୀ ଶଶିକାନ୍ତରାଉତ କହିଛନ୍ତି ।

Leave A Reply

Your email address will not be published.