ଧକ୍କାଦେଇଥିବା ବସ୍ କୁ ଜାଳିଦେଲେ ଲୋକେ

0 902

କେନ୍ଦ୍ରାପଡ଼ା,୨/୯(ଏସ॰ଏସ॰ନିୟୁଜ )ବୁଧବାର ସକାଳେ କେନ୍ଦ୍ରାପଡ଼ାର ହଳଦିଆପଡ଼ା ରାଧାଭାଟି ନିକଟରେ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ହଳଦିଆପଡ଼ା ଗ୍ରାମର ବିକାଶ ନାୟକ(୨୮ ) ।ଖବର ପାଇ ଉତ୍ୟକ୍ତ ସ୍ଥାନୀୟ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ସମ୍ପୂର୍ଣ୍ଣ ଜାଳିଦେଇଛନ୍ତି।
ପ୍ରକାଶ ଯେ ,ଡବ୍ଲ୍ୟୁବି ୪୧ଇ ୬୦୧୨ନମ୍ବର ଠାକୁର ଅଭିନ୍ନ ସୁନ୍ଦର ନାମକ ବସ ଟି କଲିକତାରୁ ଯାତ୍ରୀ ନେଇ ପାରାଦୀପ ଯାଉଥିଲା ।ବିକାଶ ନିଜ ସ୍କୁଟିରେ ହଳଦିଆରୁ ବଡ଼ପାଳ ଅଭିମୁଖେ ଆସୁଥିଲେ। ଏହି ଘରୋଇ ବସ ରଙ୍ଗ ରୁଟରେ ଯିବା ବେଳେ ଉକ୍ତ ବାଇକ ଆରୋହୀଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଉତ୍ୟକ୍ତ ଗ୍ରାମବାସୀ ବସ ଟିକୁ ଜାଳିଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା ଚଳାଇଥିବାର ଜଣାପଡିଛି ।

Leave A Reply

Your email address will not be published.