ବରଗଡ଼,୧୯।୨(ଏସଏସନିଉଜ)ସପ୍ତାହେ ଭିତରେ ୯ ସାଇବର ଠକ ଗିରଫ ହୋଇଛନ୍ତି।ଅପରେସନ ସାଇବର କବଚରେ ପୋଲିସକୁ ସଫଳତା ମିଳିଛି।ନୀରିହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ।ପରବର୍ତ୍ତୀ ସମୟରେ ଆକାଉଣ୍ଟକୁ ଫ୍ରଡ୍ ସଂସ୍ଥାରେ ବ୍ୟବହାର କରୁଥିଲେ।୭୫ ପାସ୍ ବୁକ୍, ୧୯ ଚେକ୍ବୁକ୍, ୧୧ ଏଟିଏମ, ୨୬ ସିମକାର୍ଡ ଜବତ ହୋଇଛି।୬ ହଜାର ୭୦୦ ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି।୭୫ ପାସ୍ ବୁକ୍ରେ ହୋଇଛି ୧୦ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବାର ପ୍ରାଥମିକ ତଦନ୍ତ ବେଳେ ଜଣାପଡିଛି।
