ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୨ ମୃତ, ୪ ଗୁରୁତର

0 259

ମାଲକାନଗିରି,୨୪/୧୧(ଏସଏସନିୟୁଜ) ଶୋଭାଯାତ୍ରାରେ ବରଯାତ୍ରୀ ମାନେ ଯାଉଥିବାବେଳେ ମାଡିଯାଇଥିଲା ଚାଉଳ ବୋଝେଇ ଟ୍ରକ୍ ।ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତରମାନଙ୍କୁ ନିକଟସ୍ଥ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ମାଲକାନଗିରି ଜିଲ୍ଲାରେ ଘଟିଛି । ଅପରାହ୍ନରେ ବରଯାତ୍ରୀ ମାନେ ପାଣ୍ଡ୍ରିପାଣି ମୁଖ୍ୟ ରାସ୍ତାରେ ଯାଉଥିଲେ ।ଏହିସମୟରେ ଏକ ଚାଉଳ ବୋଝେଇ ଟ୍ରକ୍ ବରଯାତ୍ରୀ ଶୋଭାଯାତ୍ରା କୁ ଅତିକ୍ରମ କରୁଥିବାବେଳେ ଟ୍ରକ୍ ଚକା ତଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ।ଏହାପରେ ଉତ୍ୟକ୍ତ ଲୋକମାନେ ଟ୍ରକ୍ ଚାଳକକୁ ଗିରଫ ସହ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତା ଅବରୋଧ କରିଥିବାବେଳେ ‌ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଲୋକମାନଙ୍କୁ ବୁଝାସୁଝା କରିଥିଲା ।

 

Leave A Reply

Your email address will not be published.