ବାରଙ୍ଗପୋଲିସ ଧରିଲା ମଦ

0 381

ବାରଙ୍ଗ,୮/୧୨(ଏସଏସନିୟୁଜ) ମଙ୍ଗଳବାର ଦିନ ବାରଙ୍ଗ ଥାନା ପୋଲିସ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ପାଖାପାଖି ୪୦ ଲିଟର ଦେଶୀ ମଦ ଜବତ କରିଛି।ଦୁଇ ଅଭିଯୁକ୍ତ ହେଉଛନ୍ତି ନରାଜ ଗ୍ରାମର କୁଶଳୀ ସାହୁ(୪୮) ଓ ପାଟପୁର ଗ୍ରାମର କୈଳାସ ସାମଲ(୬୦)।ସୂଚନା ମୁତାବକ ଦୀର୍ଘଦିନ ହେବ ଏହି ଦୁଇ ଜଣ ନିଜ ନିଜ ଗ୍ରାମରେ ଚୋରା ଦେଶୀ ମଦ ବିକ୍ରି କରୁଥିଲେ।କୌଣସି ସୂତ୍ରରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ମଦ ଜବତ କରିଛି। ଏ ନେଇ ଥାନାରେ ୯୫/୨୦ ଓ ୯୬/୨୦ ରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି।(ବାରଙ୍ଗରୁ ଗୌତମରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.