ଧରାହେଲା ବ୍ରାଉନ୍ସୁଗାର

0 417

ବାରଙ୍ଗ,୮/୧୨(ଏସଏସନିୟୁଜ)ନିଶାଡ଼ିଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି କଟକ ଉପକଣ୍ଠ ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳ।କେତେବେଳେ ଚୋରା ଦେଶୀ ମଦ ତ ଆଉ କେତେବେଳେ ବ୍ରାଉନ ସୁଗାର ବେପାରୀ ମାନେ ଏଠାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି।ଅନେକ ସମୟରେ ପୋଲିସ ଓ ଅବକାରୀ ବିଭାଗଙ୍କ ହାବୁଡ଼ରେ ମଧ୍ୟ ପଡ଼ୁଛନ୍ତି।ଠିକ୍ ସେହପରି ମଙ୍ଗଳବାର ଅପରାହ୍ନରେ ବାରଙ୍ଗ ବ୍ଲକ୍ ନିକଟ କେନାଲ ପାର୍ଶ୍ୱରୁ ଅବକାରୀ ଓ ଗୁଇନ୍ଦା ବିଭାଗ ଚଢ଼ାଉ କରି ୧୬୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି।ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ନନ୍ଦନ କାନନ  ଥାନା ପଦାସାହି ଗ୍ରାମର ସନ୍ତୋଷ ବେହେରା ଓ ବାରଙ୍ଗ ଥାନା ବେଲଗଛିଆ ଗ୍ରାମର ପ୍ରଶାନ୍ତ ବେହେରା।ସେମାନଙ୍କ ଠାରୁ ଏକ OR 02 BT 5863 ନମ୍ବର୍ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି।ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।(ବାରଙ୍ଗରୁ ଗୌତମରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.