କଟକ, ୪/୧(ଏସଏସନିୟୁଜ) ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାସରେ ପଡ଼ି ଏକ କଲରପତରିଆ ବାଘର ମୃତ୍ୟୁ ହୋଇଥିବାର ଜଣାପଡିଛି । ଗତକାଲି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଆଜି ଭୋରରୁ ମରିଥିବାର ବନବିଭାଗ ପ୍ରକାଶ କରିବାସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଭିରୁଡ଼ା ଜଙ୍ଗଲରେ କେହି ଜଣେ ଶିକାରୀ ବାରହା, ହରିଣଙ୍କ ଶିକାର କରିବା ପାଇଁ ଜାଲ ବିଛାଇଥିଲା । ହେଲେ ଉକ୍ତ ଜାଲରେ ଏକ କଲରପତରିଆ ବାଘ ପଡି ଯାଇଥିଲା ।
