ବାରଙ୍ଗରେ ଦିଆଗଲା କୋରୋନା ଟିକା

0 363

ବାରଙ୍ଗ୪/୧(ଏସଏସନିୟୁଜ) ଗୁରୁବାର ଦିନ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବାରଙ୍ଗ ଅଞ୍ଚଳର ବହୁ ସ୍ବାସ୍ଥ୍ୟକର୍ମୀ ଙ୍କ ସମେତ ମହିଧରପଡା ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ କୋରୋନା ଟିକା ଦିଆଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ଼ା ମିନାକ୍ଷୀ ମାରାଣ୍ଡି ଏହାର ଶୁଭାରମ୍ଭ କରିବା ସହ ନିଜେ ଟିକା ନେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ପ୍ରଥମେ ଭଲଭାବରେ ସାନିଟାଇଜ୍ କରାଯିବା ପରେ ଟିକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହି ଟୀକାକରଣ ରେ ୧୨୨ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ।ଏହି କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକର୍ମୀ ପ୍ରିୟବ୍ରତ ସାଥୁଆ ପରିଚାଳନା କରିଥିଲେ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.