ବାରଙ୍ଗରେ ହଜିିଥିବା ବୃଦ୍ଧ ଦୁଇଦିନପରେ ଘରକୁ ଗଲା

0 161

ବାରଙ୍ଗ,୨ା୭(ଏସଏସନିଉଜ)ଶୁକ୍ରବାର ସନ୍ଧ୍ୟାରେ ଶୈାଚ ସମୟରେ ଜଣେ ବୃଦ୍ଧକୁ ବାରଙ୍ଗରେ ଛାଡିଦେଇ ପଳାଇଥିବା ଟୁରିଷ୍ଟବସ ରବିବାରରାତିରେ ଆସି ନେଇଛି ।ବୃଦ୍ଧଙ୍କଠାରୁ ଠିକଣା ପାଇଁ ବାରଙ୍ଗଥାନା ପୋଲିସ ତାଙ୍କ ଘରସହ ଯୋଗେଯାଗ କରିବାପରେ ପୁରୀରେ ଥିବା ଟୁରିଷ୍ଟ ବସ ପୁନର୍ବାର ଆସି ପୋଲିସ ହେପାଜତରେ ରହିଥିବା ବୃଦ୍ଧକୁ ସାଙ୍ଗରେ ନେଇଯାଇଛି ।
ପ୍ରକାସ ଯେ,ଛତିଶଗଡର ଜେଜେପୁରଥାନା ଅଧିନସ୍ଥ ପର୍ଶରଡି ଗାଁର ୫୦ଜଣ ଯାତ୍ରୀ ଏକ ଟୁରିଷ୍ଟବସରେ ତିର୍ଥକରିବାପାଇଁ ପୁରୀଅସିଥିଲେ ।ଶୁକ୍ରବାର ସନ୍ଧ୍ୟା ସମୟରେ ବାରଙ୍ଗଦେଇ ବସଟି ଆସୁଥିବାବେଳେ ଗୋବିନ୍ଦପୁର-ମୁଣ୍ଡଳି ମଧ୍ୟରେ ରାସ୍ତାପାଶ୍ୱର୍ରେ ଥିବା ଏକ ପୋଖରିରେ ଶୈାଚ ପାଇଁ ରହିଥିଲେ ।ଶୈାଚ ସାରି ବସଟି ପୁରୀ ଅଭିମୁଖେ ଯାଇଥିବାବେଳେ ଅସାବଧାନତାବଶତଃ ସାଧୁରାମ ନାମକ ୭୦ବର୍ଷର ବୃଦ୍ଧ ରହିଯାଇଥିଲେ ।ବୃଦ୍‌ଧ ଜଣଙ୍କ କାହାକୁ ନପାଇ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକଆଣି ତାଙ୍କୁ ଗୋଡିସାହିଫାଣ୍ଡିରେ ଛାଡିଥିଲେ ।ଫାଣ୍ଡିପୋଲିସ ବୃଦ୍ଧକୁ ବାରଙ୍ଗଥାନାରେ ଆଣି ଛାଡିବାପରେ ତାଙ୍କର ଘରଠିକଣାକୁ ଆଧାର କରି ବାରଙ୍ଗ ପୋଲିସ ଛତିଶଗଡ ପୋଲିସ ସହ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ ।ଏହାପରେ ପୁରୀରେ ବୁଲୁଥିବା ବୃଦ୍ଧଙ୍କ ସହଯୋଗୀମାନଙ୍କୁ ବାରଙ୍ଗଥାନାପୋଲିସ ଯୋଗେଯାଗ କରିବାପରେ ସେମାନେ ରବିବାର ରାତିରେ ଆସି ହଜି୍‌ାଇଥିବା ବୃଦ୍ଧକୁ ସାଙ୍ଗରେ ନେଇଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.