ଘରେ ନିଆଁଲଗାଇବାକୁ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

0 300

ବାରଙ୍ଗ,୨ା୭(ଏସଏସନିଉଜ) ନନ୍ଦନକାନନଥାନା ଅଧିନସ୍ଥ ଢାଉଆଗ୍ରାମର ବ୍ରାହ୍ମଣ ସାହିରେ ପୁର୍ବବିବାଦକୁ କେନ୍ଦ୍ରକରି ଘରେ କିରୋସିନପକାଇ ନିଆଁ ଲଗାଇବାକୁ ଉଦ୍ୟମ କରିବା ଓ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫକରି ରବିବାର କୋର୍ଟଚାଳଣ କରିଛି ।

ପ୍ରକାସ ଯେ,ଢାଉଆଗ୍ରାମର ବ୍ରାହ୍ମଣ ସାହିକୁ ସଂଯୋଗ ହୋଇଥିବା ପାଣିପାଇପରୁ ବେଆଇନଭାବେ ପାଣିମଟର ସଂଯୋଗକୁୁ କେନ୍ଦ୍ରକରି ଗତକିଛିଦିନହେବ ବିବାଦ ଆରମ୍ଭ ହୋଇଥିଲା ।ତେବେ ଏବିଷୟରେ ଉଚ୍ଚଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ସତ୍ୟବ୍ରତ ପଣ୍ଡା ନାମକ ବ୍ୟକ୍ତି କରିଥିବାର ଅଭିଯୋଗ କରି ପ୍ରଦୀପ ତାଙ୍କଘରଆଗରେ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିଥିଲା ।ଶନିବାରରାତିରେପ୍ରଦୀପତାର ସହଯୋଗୀମାନଙ୍କୁ ଧରି ସତ୍ୟବ୍ରତ ପଣ୍ଡାଙ୍କୁ ଜୀବନରେ ମାରିଦେବାକୁ ଧମକଦେବା ସହ ଘରେ କିରୋସିନଢାଳି ନିଆଁଲଗାଇବାର ଉଦ୍ୟମ କରିଥିବାନେଇ ନନ୍ଦକାନନଥାନାରେ ସତ୍ୟବ୍ରତ ଅଭିଯୋଗ କରିଥିଲେ ।ପୋଲିସ ୧୧୪/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ପ୍ରଦୀପକୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଥିବାବେଳେ ଅନ୍ୟ ସହଯୋଗୀମାନଙ୍କୁ ଖୁବଶିଘ୍ର ଧରାହେବ ବୋଲି ସୁଚନା ଦେଛନ୍ତି ।

Leave A Reply

Your email address will not be published.