ବାର୍ଷିକରାଶିଫଳ୨୦୨୪

0 181

⚫❗⚫
ଓଁ ଜଗନ୍ନାଥଂ ମହାବିଷ୍ଣୁଂ ବଳଭଦ୍ରଂ ସଦାଶିବଂ
ସୁଭଦ୍ରାଂ ବ୍ରହ୍ମଂଶକ୍ତିଂ ଚ ପ୍ରଣମାମି ପୁନଃ ପୁନଃ
୨୦୨୪ ମସିହାରେ ୧୨ଗୋଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଗୋଚରରେ ଗ୍ରହମାନଙ୍କର ସ୍ଥିତିକୁ ଅନୁଧ୍ଯାନକଲେ ବର୍ଷ ପ୍ରାରମ୍ଭରେ ଚନ୍ଦ୍ରମା ସିଂହରେ l କେତୁ କନ୍ୟାରେ l ଶୁକ୍ର ଓ ବୁଧ ବିଛାରେ l ରବି ଓ ମଙ୍ଗଳ ଧନୁ ରେ l ଶନି କୁମ୍ଭରେ l ରାହୁ ମୀନ ରାଶିରେ ରହିବେ l ବୃହସ୍ପତି ମେଷରାଶିରେ ଅବସ୍ଥାନ କରିଛନ୍ତି l
👉ଶନି ବର୍ଷସାରା କୁମ୍ଭରେ ରହିବେ l
👉ଗୁରୁ ୧/୫/୨୦୨୪ ପରେ ମେଷରୁ ବୃଷକୁ ଚଳନ କରିବେ l
👉ରାହୁ ବର୍ଷସାରା ମୀନରେ ରହିବେ l
👉କେତୁ ବର୍ଷ ସାରା କନ୍ୟା ରେ ରହିବେ lଏହାର ପ୍ରଭାବ ୧୨ଗୋଟି ରାଶିଉପରେ ଭିନ୍ନ ଫଳ ପ୍ରଦାନ କରିବ।
ମେଷ:- ଏହି ବର୍ଷ କ୍ୟାରିଅର କ୍ଷେତ୍ରରେ ଅନେକ ଉନ୍ନତ୍ତି ପ୍ରଗତି ଭୋଗ କରିବେ l ନୂତନକର୍ମ ପାଇଁ ଅଧିକା ସମ୍ପାବନା ସୃଷ୍ଟି ହେବ l ବର୍ଷ ଆରମ୍ପରୁ କର୍ମ କ୍ଷେତ୍ରରେ ଭଲ ସମୟ ଭୋଗ ହେବା ସହ ମାନ ସମ୍ମାନ ଉଚ୍ଚ ପଦବୀ ପ୍ରାପ୍ତି କରିବେ l ବର୍ଷ ର ମଧ୍ୟ ଭାଗରେ କର୍ମକ୍ଷେତ୍ର ରେ ବଦଳି ହେବାର ସମ୍ପାବନା ରହିଛି l ସରକାରୀ କ୍ଷେତ୍ରରେ ଭଲ ସୁବିଧା ସୁଯୋଗ ସୃଷ୍ଟି ହେବ l ରାଜନିତି କ୍ଷେତ୍ରରେ ମଧ୍ୟ ସଫଳତା ପ୍ରାପ୍ତି ହେବ l ବ୍ୟବସାୟ ରେ ମଧ୍ୟମ ଫଳ ଭୋଗ କରିବେ l ବ୍ୟବସାୟରେ ଅଧିକ ନିବେଶ କରନ୍ତୁ ନାହିଁ ଅନ୍ୟଥା କ୍ଷତିର ସମ୍ମୁଖିନ ହେବେ l ଦୁଇ କ୍ଷେତ୍ରରୁ ରୋଜଗାର କରିବାର ସୁଯୋଗ ପ୍ରାପ୍ତି ହେବ l କର୍ମସହ ବ୍ୟବସାୟ ମଧ୍ୟ କରିପାରିବେ l ବର୍ଷ ଆରମ୍ପରୁ ଆର୍ଥିକ କ୍ଷେତ୍ରରେ ସମୟ ଉତ୍ତମ ରହିବ l ପୂର୍ବରୁ ଯେଉଁ ନିବେଶ କରିଥିଲେ ସେଥିରେ ସଫଳତା ମଧ୍ୟ ପ୍ରାପ୍ତି କରିବେ l ବିଭିନ୍ନ କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇବ l ଅର୍ଥ ଆସିଲେ ମଧ୍ୟ ଅଯଥା ଖର୍ଚ୍ଚ ବୃଦ୍ଧି ଲାଗି ରହିବ l ଅତ୍ୟାଧିକ ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ଶୁଭକାମ ରେ ଏହା ବିନିଯୋଗ ହେବ l ଏହି ବର୍ଷସାରା ଅଳସୁଆ ହେବେ l ସେଥିପାଇଁ ସବୁବେଳେ ସତର୍କ ରହି କଠିନ ପରିଶ୍ରମ କଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ l ମଝିରେ ମଝିରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ ପାଦ , ମୁଣ୍ଡ , ତଳିପେଟ , ସ୍ନାୟୁ ଜନିତ ପୀଡା ଆଦି ଭୋଗ ହେବ l ପିତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ହାନି ଲାଗି ରହିବ l ସନ୍ତାନ ହେତୁକ ଶୁଭଫଳ ପ୍ରାପ୍ତି କରିବେ l ସନ୍ତାନଙ୍କୁ ନେଇ ଲାଗିଥିବା ଚିନ୍ତା ଗୁଡିକ ଦୂରୀଭୂତ ହେବ l କୁଟୁମ୍ଭ ଜନିତ ସୁଖ ବୃଦ୍ଧି ପାଇବ l ଧର୍ମ କାମ ଅଧିକ କରିବେ l ବର୍ଷର ଦ୍ବିତୀୟ ଭାଗରେ ଶୁଭ ମାଙ୍ଗଳିକ କାମ ଗୁଡିକ ଗୃହରେ ସମ୍ପାଦିତ ହେବ l ପାରିବାରିକ ଜୀବନ ରେ ସୁଖ ବୃଦ୍ଧି ପାଇବ l ଭାଇ ଭଉଣୀଙ୍କ ସହ ମତଭେଦ ଉପୁଜିବାର ସମ୍ପାବନା ରହିଛି l ଦାମ୍ପତ୍ୟ ଜୀବନ ରେ ମତପାର୍ଥକ୍ୟ ଧୀରେ ଧୀରେ ଦୂରୀଭୂତ ହେବ l ଭୂମି ଗୃହ ଜାନବାହାନ ଆଦି କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି କରିବେ l ଦୁରସ୍ଥାନ କୁ ଯାତ୍ରା କରିବା ପାଇଁ ଅତ୍ୟନ୍ତ ଭଲ ସମୟ ରହିବ l ବିଦ୍ୟାର୍ଥି ମାନେ କଠିନ ପରିଶ୍ରମ କରିବା ଆବଶ୍ଯକ l ଉଚ୍ଚଶିକ୍ଷା ରେ ସଫଳତା ପ୍ରାପ୍ତି ହେବ l
ପ୍ରତିକାର :- ବଗଳାମୁଖୀ ଙ୍କ ବିଜ ମନ୍ତ୍ର ପାଠ କରନ୍ତୁ l
ବୃଷ:- ଏହିବର୍ଷ କର୍ମକ୍ଷେତ୍ର ରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହେବ l ଉଚ୍ଚପଦାଧିକାରିଙ୍କ ସାନିଦ୍ଧ୍ୟ ଲାଭ କରିବେ l କର୍ମକ୍ଷେତ୍ର ରେ ସମ୍ପୁର୍ଣ୍ଣରୂେପେ ଉନ୍ନତ୍ତି କରିବେ l କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିଲେ ମଧ୍ୟ ସେହି ତୁଳନାରେ କର୍ମ ଫଳ ପ୍ରାପ୍ତି ହେବ ନାହିଁ l ବେଳେ ବେଳେ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ l ବର୍ଷର ପ୍ରଥମ ଭାଗରେ ଅଳ୍ପ ଆୟହେବା ସହ ଖର୍ଚ୍ଚ ଅନେକ ବୃଦ୍ଧି ପାଇବ ଏବଂ ଦ୍ବିତୀୟ ଭାଗରେ ଏଥିରେ ସୁଧାର ଆସିବl ଏହି ସମୟରେ ଅଧିକ ଲାଭ କରିପାରିବେ ଏବଂ ଖର୍ଚ୍ଚମଧ୍ୟ ନିୟନ୍ତ୍ରିତ ହେବ l ନୂତନ କାମ ଗୁଡିକ ଏହି ସମୟରେ କରିବେ lଯଶ ପ୍ରତିଷ୍ଠା ଆଦି ପ୍ରାପ୍ତି କରିବେ l ସରକାରି କର୍ମ କ୍ଷେତ୍ରରେ ସଫଳତା ଅଧିକା ପ୍ରାପ୍ତି କରିବେ l ରାଜନିତି କ୍ଷେତ୍ରରେ ସଂଘର୍ଷ ଅଧିକା କରିବେ l ବାଦ ବିବାଦରେ ମଧ୍ୟ ପଡିବେ ବ୍ୟବସାୟ ରେ ଲାଭ କ୍ଷତି ସମାନ ରହିବ l ବ୍ୟବସାୟ ରେ କିଛି ତିକ୍ତତା ମଧ୍ୟ ଆସିପାରେ l ବର୍ଷର ମଧ୍ୟ ଭାଗ ଗୁଡିକରେ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ l ଏହି ବର୍ଷ ପାତ୍ରରେ ଦାନ କରନ୍ତୁ ଅପାତ୍ର ରେ ଦାନ କରନ୍ତୁ ନାହିଁ l ଦୁରସ୍ଥାନ କୁ ଯାତ୍ରା ସମୟରେ ସତର୍କ ରହି ଯାତ୍ରା କରନ୍ତୁ l ତରବର ହୋଇ କିଛି ନିଷ୍ପତି ନିଅନ୍ତୁ ନାହିଁ l ହଠାତ୍ କାହାକଥାକୁ ବିଶ୍ୱାସ କରି ବେସ୍ତବିବର୍ତ୍ତତ ହୁଅନ୍ତୁ ନାହିଁ l ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟା ରେ କିଛି ସୁଧାର ଆସିବ l ପେଟ ରକ୍ତଚାପ ଖାଦ୍ୟଜନିତ ସମସ୍ୟା , ହୃଦରୋଗ ଜନିତ ସମସ୍ୟା ଭୋଗ ହେବାର ସମ୍ପାବନା ରହିଛି l ପାଠ ପଢାରେ ଅଧିକ ପରିଶ୍ରମ ନକଲେ ଅସୁବିଧାରେ ପଡି ପାରନ୍ତି l ବର୍ଷର ଦ୍ବିତୀୟଭାଗରେ ବିଦ୍ୟାକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ l ବର୍ଷ ର ପ୍ରଥମ ଭାଗରେ ଶୁଭମାଙ୍ଗଳିକ କାମ ଗୁଡିକ ସମ୍ପାଦିତ କରିପାରିବେ l ଦାମ୍ପତ୍ୟ ଜୀବନ ରେ ମନମାଳିନ୍ୟ ଲାଗି ରହିବ l ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ହାନି ଘଟିପାରେ l ପାରିବାରିକ ଜୀବନରେ ଝଡଝଞ୍ଜା ଲାଗିରହିବ l ବନ୍ଧୁଙ୍କ ସହ ମତଭେଦ ସୃଷ୍ଟି ହେବ l
ପ୍ରତିକାର :- ଗୁରୁବାର ରେ ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ l
ମିଥୁନ:- କର୍ମକ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ l କର୍ମକ୍ଷେତ୍ରରେ ଉନ୍ନତ୍ତି ପ୍ରଗତି ମଧ୍ୟ କରିବେ l ବର୍ଷର ଦ୍ବିତୀୟଭାଗରେ କର୍ମକ୍ଷେତ୍ର ରେ ବଦଳୀ ହେବାର ଯଥେଷ୍ଟ ସମ୍ପାବନା ରହିବ l କର୍ମର ଚାପ ଅଧିକା ରହିବ l କର୍ମକ୍ଷେତ୍ରରେ ବାଦ ବିବାଦ ଠୁ ଦୂରେଇ ରହି ସମସ୍ତ କାମ କରନ୍ତୁ l କର୍ମକ୍ଷେତ୍ର ରେ ଲାଭ ପାଇବେ l ସମୟେ ସମୟେ ନିଷ୍ପତି ନେଇ କର୍ମପରିବର୍ତ୍ତନ କଲେ ଉତ୍ତମ ଫଳ ପ୍ରାପ୍ତି କରିବେ l ଆର୍ଥିକ କ୍ଷେତ୍ରରେ ଉନ୍ନତ୍ତି ପ୍ରଗତି ଭୋଗ ହେବ l ଆୟ ଉତ୍ତମ ରହିବ l ବର୍ଷର ଦ୍ଵିତୀୟ ଭାଗରେ ଆୟ କ୍ଷେତ୍ରରେ ଅନେକ ବାଧା ଭୋଗ କରିବେ l ବ୍ୟବସାୟ ରେ ଅଗ୍ରଗତି ଲାଭ କରିବେ l ନୂତନ ବ୍ୟବସାୟ ପାଇଁ ମଧ୍ୟ ସମୟ ଉତ୍ତମ ରହିବ l ବର୍ଷ ର ଦ୍ଵିତୀୟ ଭାଗରେ ଋଣ ଅଧିକ ନିଅନ୍ତୁ ନାହିଁ l ରାଜନିତି କ୍ଷେତ୍ରରେ ମଇ ମାସ ପର୍ଯ୍ୟନ୍ତ ଉତ୍ତମ ସମୟ ରହିବ କିନ୍ତୁ ନିଜ ଉପରେ ଗୁରୁତ୍ୱ ନଦେଇ ଗୁରୁଜନଙ୍କ ଉପଦେଶ ମାନି ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତି ନିଅନ୍ତୁ l ବିଦ୍ୟାର୍ଥି ମାନେ ବିଦ୍ୟାରେ ଅଗ୍ରଗତି କରିବେ l ବିଦ୍ୟାର୍ଥିଙ୍କ ପାଇଁ ସମୟ ଅନୁକୂଳ ରହିବ l ଭାଗ୍ୟ ରେ ଅଭିବୃଦ୍ଧି ହେବ l ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ l ବର୍ଷର ଦ୍ଵିତୀୟ ଭାଗରେ କଳହ ବୃଦ୍ଧି ହୋଇପାରେ l ପାରିବାରିକ ଜୀବନରେ ମନମାଳିନ୍ୟ ଭୋଗ ହେବ l ପାରିବାରିକ ଚାପ ବୃଦ୍ଧି ପାଇବ , ବିବାଦ ଠାରୁ ଦୂରେଇ ରହି ପ୍ରତ୍ୟେକ କାମ କରନ୍ତୁ l ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହି ସମସ୍ତ କାର୍ଯ୍ୟ କରନ୍ତୁ l ଅସ୍ଥିଗତ ପୀଡା , ସ୍ନାୟୁ ସମସ୍ୟା , ଆଣ୍ଠୁ ଗଣ୍ଠିରେ ସମସ୍ୟା ,ମାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ l ମାନଶିକ ଚିନ୍ତା ଭୋଗ ହେବ l ପାରିବାରିକ ଚିନ୍ତା ବୃଦ୍ଧି ପାଇବ l ସନ୍ତାନ ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ l ବର୍ଷର ପ୍ରଥମ ଭାଗରେ ଶୁଭ ମାଙ୍ଗଳିକ କାମ ଗୁଡିକ ସମ୍ପାଦିତ କରିବେ l
ପ୍ରତିକାର :- ରାଧା କୃଷ୍ଣଙ୍କ ମୂର୍ତ୍ତିଙ୍କୁ ପୂଜା କରନ୍ତୁ l
କର୍କଟ:- ଏ ବର୍ଷ ମିଶ୍ରିତ ଫଳ ପ୍ରାପ୍ତି କରିବେ l କର୍ମକ୍ଷେତ୍ରରେ ଧୀରେ ଧୀରେ ପରିବର୍ତ୍ତନ ଆସିବ l ବର୍ଷର ଦ୍ଵିତୀୟ ଭାଗରେ ସରକାରୀ କର୍ମ କ୍ଷେତ୍ରରେ ସୁଯୋଗ ପ୍ରାପ୍ତି ହେବ l ବାଦବିବାଦ ଠୁ ଦୂରେଇ ରହି ପ୍ରତେକ କାମ କରନ୍ତୁ l କର୍ମକ୍ଷେତ୍ର ରେ ମାନସମ୍ମାନ ବୃଦ୍ଧି ପାଇବ l କର୍ମ ସଂସ୍ଥାନ ମଧ୍ୟ ପରିବର୍ତ୍ତନ କରିବେ l ବର୍ଷ ସାରା କାମର ଚାପ ରହିବ l ବ୍ୟବସାୟ ରେ ଧୀରେ ଧୀରେ ସଫଳତା ପାଇବେ l ରୋଜଗାର ହେଲେ ମଧ୍ୟ ଧନ ସଂଞ୍ଚୟ ହେବ ନାହିଁ l ଜଗିରଖି ସମସ୍ତ କାର୍ଯ୍ୟ କରିବାକୁ ପଡିବ l ସ୍ଥିରମନ ରହି ସମସ୍ତ ନିଷ୍ପତି ନିଅନ୍ତୁ ଅନ୍ୟଥା ବିପରେ ପଡ଼ିବେ l ମାନଶିକ ଚିନ୍ତା ଲାଗି ରହିବ l ସ୍ୱାସ୍ଥ୍ୟ ପାଇଁ ବିଶେଷ ଯତ୍ନବାନ ହୁଅନ୍ତୁ ସ୍ୱାସ୍ଥ୍ୟ ହାନି ଲାଗି ରହିବ l ଅସ୍ଥିଗତ ପୀଡା ଭୋଗ ହେବ l ପିତାଙ୍କ ସ୍ୱାସ୍ଥ୍ୟ ହାନି ହୋଇପାରେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ l ଯାନବାହାନ ପାଇଁ ସତର୍କତା ରୁହନ୍ତୁ l ବିଳମ୍ବରେ କାର୍ଯ୍ୟସିଦ୍ଧି ଭୋଗ ହେବ l ଚିନ୍ତାର ମାତ୍ରା ଅଧିକ ଭୋଗ କରିବେ l ବିଦ୍ୟାର୍ଥି ମାନେ କଠିନ ପରିଶ୍ରମ କରିବେ l ମାନଶିକ ସ୍ଥିତି ଠିକ ରହିବ ନାହିଁ l ବର୍ଷର ଦ୍ଵିତୀୟ ଭାଗରେ ଉଚ୍ଚଶିକ୍ଷା ରେ ସଫଳତା ପ୍ରାପ୍ତି କରିବେ l ବର୍ଷର ମଧ୍ୟ ଭାଗରେ ଶୁଭ ମାଙ୍ଗଳିକ କାମ କରିବେ l ଦାମ୍ପତ୍ୟ ଜୀବନ ରେ ଜୀବନସାଥିଙ୍କ ସ୍ୱାସ୍ଥ୍ୟ ହାନି ଲାଗି ରହିବ l ବର୍ଷର ପ୍ରଥମ ଭାଗରେ ପରସ୍ପର ମଧ୍ୟରେ ମନମାଳିନ୍ୟ ଭୋଗ ହେବ l କୁଟୁମ୍ବ ଜନଙ୍କୁ ନେଇକି ସମସ୍ୟା ରହିଲେ ମଧ୍ୟ ଏହା ଦୁରିଭୁତ ହେବ l ପାରିବାରିକ ଜୀବନ ରେ ସୁଖ ଧୀରେ ଧୀରେ ବୃଦ୍ଧି ପାଇବ l ବନ୍ଧୁଙ୍କ ସହ ସୁସମ୍ପର୍କ ବୃଦ୍ଧି ପାଇବ l
ପ୍ରତିକାର :- ଶନିବାର ଦିନ ଶିବଙ୍କ ନିକଟରେ ମାର୍ଜଣା କରନ୍ତୁ l
ସିଂହ:- କ୍ୟାରିଅର କ୍ଷେତ୍ରରେ ଅନେକ ସୁଯୋଗ ପ୍ରାପ୍ତି କରିବ l ସରକାରି କାମପାଇଁ ଅନେକ ପରିଶ୍ରମ କରିବାକୁ ପଡିବ l ବର୍ଷର ଦ୍ଵିତୀୟ ଭାଗରେ କର୍ମକ୍ଷେତ୍ର ରେ ସ୍ଥାନ ପରିବର୍ତ୍ତନ କରିବେ l ଚାପମଧ୍ୟ ବୃଦ୍ଧି ପାଇବ l ବିଳମ୍ବରେ କାର୍ଯ୍ୟ ସିଦ୍ଧି ହେବ l ବର୍ଷ ର ମଧ୍ୟଭାଗ ରେ କର୍ମରେ ପଦୋନ୍ନତ୍ତି ବା ପ୍ରମୋଶନ ପ୍ରାପ୍ତି କରିବେ l ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ l ବର୍ଷ ଆରମ୍ପରୁ ବାଧାବିଘ୍ନ କିଛି ଉପୁଜିପାରେ ଏହାପରେ ଉନ୍ନତ୍ତି ପ୍ରଗତି ଲାଗି ରହିବ l ବର୍ଷର ଶେଷ ମାସ ଗୁଡିକରେ ଭୁମି ଗୃହ ଆଦି ପ୍ରାପ୍ତି କରିବେ l ବ୍ୟବସାୟ ରେ ଅନେକ ସୁବିଧା ସୁଯୋଗ ପାଇବେ l ନୂତନ ବ୍ୟବସାୟ ରେ ସ୍ୱଳ୍ପ ନିବେଶ ହିଁ କରନ୍ତୁ l ବ୍ୟବସାୟ ରେ ଅତ୍ୟନ୍ତ ଲାଭବାନ ହେବେ l କର୍ମସହ ବ୍ୟବସାୟ ମଧ୍ୟ କରି ଲାଭବାନ ହେବେ l ଆର୍ଥିକ କ୍ଷେତ୍ରରେ ଅନେକ ଉନ୍ନତ୍ତି ଆସିବ l ଧନ ସଂଞ୍ଚୟ କୁ ଅଧିକ ଗୁରୁତ୍ୱ ଦିଅନ୍ତୁ l ସମସ୍ତ କ୍ଷେତ୍ରରେ ନିବେଶ ଏ ବର୍ଷ ଅଧିକ କରିବେ l ସେୟାର ମାର୍କେଟ ଆଦିରେ ନିବେଶ କରି ସଫଳତା ପ୍ରାପ୍ତି କରିବେ l ବିଦ୍ୟାର୍ଥି ମାନେ ଅଧିକ ସଫଳତା ପ୍ରାପ୍ତି କରିବେ l ବର୍ଷର ଦ୍ଵିତୀୟ ଭାଗରେ ଆତ୍ମବିଶ୍ଵାସ ର ଅଭାବ ଆସିବ l ପାରିବାରିକ ସୁଖ କିଛି ବୃଦ୍ଧି ପାଇବ l ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ l ଦାମ୍ପତ୍ୟ ଜୀବନ ରେ ସୁଖ ପ୍ରାପ୍ତି କରିବେ l ସନ୍ତାନ ମାନେ ଆପଣଙ୍କ କଥାମାନି ସମସ୍ତ କାର୍ଯ୍ୟ କରିବେ l ସନ୍ତାନ ମାନେ ଉନ୍ନତ୍ତି କରିବେ l ସନ୍ତାନ ହେତୁକ ସମସ୍ତ ଶୁଭଫଳ ପ୍ରାପ୍ତି କରିବେ l ଆଗରୁ ବିବାହ କ୍ଷେତ୍ରରେ ଯେଉଁ ସମସ୍ୟା ଉପୁଜିଥିଲା ତାହା ଦୂରୀଭୂତ ହୋଇ ସୁନିଶ୍ଚିତ ବିବାହ କାର୍ଯ୍ୟ ସମ୍ପାଦିତ ହେବ l ମାଙ୍ଗଳିକ କାମ ସମ୍ପାଦିତ କରିବେ l ଉତ୍ତମ ସ୍ୱାସ୍ଥ୍ୟବାନ ହେବେ l ପୂର୍ବରୁ ଥିବା ସମସ୍ତ ସ୍ୱାସ୍ଥ୍ୟ ପୀଡା ଦୂରୀଭୂତ ହେବ l ବର୍ଷର ପ୍ରଥମ ଭାଗରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ l ଖାଦ୍ୟ ଜନିତ ସମସ୍ୟା , ଗ୍ୟାସ ଆଦି ବୃଦ୍ଧି ପାଇବ , ଅସ୍ତିଗତ ପୀଡା ପ୍ରାପ୍ତି କରିବେ , ପାଦ ଗୋଡ଼ ରେ ପୀଡା , ଇନଫେକ୍ସସନ ଆଦି ପ୍ରତି ସତର୍କ ରହିବାକୁ ପଡିବ l
ପ୍ରତିକାର :- ଗୁଡ଼ ମିଶ୍ରିତ ପାଣୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ l
କନ୍ୟା:- କର୍ମକ୍ଷେତ୍ରରେ ବାଦ ବିବାଦ ରେ ପଡିପାରନ୍ତି l ଉପରିସ୍ଥ ଅଧିକାରୀଙ୍କ ସହିତ ତିକ୍ତତା ବୃଦ୍ଧି ପାଇବ l ମନ ଭାରାକ୍ରାନ୍ତ ରହିବ l ବ୍ୟବସାୟ ରେ ଅସ୍ଥିରତା ଲାଗି ରହିବ l ସବୁବେଳେ ଚିନ୍ତିତ ହେବେ l ବଡ଼ ବଡ଼ ନିବେଶ ଏହି ସମୟରେ କରନ୍ତୁ ନାହିଁ l ବିଦେଶ ଯାତ୍ରା ପାଇଁ ସୁଯୋଗ ସୃଷ୍ଟି ହେବ l ବର୍ଷର ମଧ୍ୟଭାଗରେ ଶତ୍ରୁମାନେ ପରାଜିତ ହେବେ l କର୍ମମୟ ଜୀବନ ରେ ଅଧିକ ପରିଶ୍ରମ କରିବେ l ବିଦ୍ୟାର୍ଥି ମାନେ କଠିନ ପରିଶ୍ରମ କରିବେ l ଅନ୍ୟ ମନସ୍କ ହେବା କାରଣରୁ ଭଲ ଫଳ ପାଇବେ ନାହିଁ l ଉଚ୍ଚଶିକ୍ଷାରୁ ସଫଳତା ପ୍ରାପ୍ତି କରିବେ l ଦାମ୍ପତ୍ୟ ଜୀବନ ରେ ମନମାଳିନ୍ୟ ମତଭେଦ ଲାଗି ରହିବ l ପାରିବାରିକ ଜୀବନରେ ଅଶାନ୍ତି ଲାଗି ରହିବ l ପିତା ପୁତ୍ରଙ୍କ ମଧ୍ୟରେ କିଛି ତିକ୍ତତା ଆସିପାରେ l ବର୍ଷର ପ୍ରଥମ ଭାଗରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ l ବର୍ଷ ର ମଧ୍ୟଭାଗ ରେ ହିଁ ଜମି ଗୃହ ଆଦି ପାଇଁ ସମୟ ଭଲ ରହିବ ଏହି ସମୟରେ ଭୂମି ଗୃହ ଯାନବାହାନ ଆଦି କ୍ରୟ ପାଇଁ ସମୟ ଭଲ ରହିବ l ବର୍ଷ ର ମଧ୍ୟଭାଗ ଠୁ ହିଁ ବିବାହ କ୍ଷେତ୍ର ପାଇଁ ସମୟ ଅନୁକୂଳ ରହିବ l ବର୍ଷ ଆରମ୍ପରୁ ପୌତ୍ରୁକ ସମ୍ପତ୍ତି କୁ ନେଇ ବିବାଦ ଉପୁଜିପାରେ l କୁଟୁମ୍ବଜନ ସମସ୍ୟା ସୃଷ୍ଟି କରିବେ l ଜମିବାଡି ଓ ଘର କାମ ରେ ସମସ୍ୟା ବୃଦ୍ଧି ପାଇବ l ସ୍ୱାସ୍ଥ୍ୟ ବେଳେ ବେଳେ ହାନି ହେବ ପେଟ ହୃଦୟ ରେ ପୀଡା ଭୋଗ ହେବ l ମାଙ୍କ ସ୍ୱାସ୍ଥ୍ୟ ହାନି ହେବ l
ପ୍ରତିକାର :-କେଶର ତିଲକ ମଥାରେ ଲାଗାନ୍ତୁ l
ତୁଳା:-ବର୍ଷ ଆରମ୍ଭରୁ ସରକାରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ l କର୍ମକ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ସୁଯୋଗ ଆସିବ ପୁର୍ବରୁ କର୍ମକ୍ଷେତ୍ରରେ ଥିବା ମତପାର୍ଥକ୍ୟ ଦୂରୀଭୂତ ହେବ l ବ୍ୟବସାୟ ରେ ସ୍ୱଳ୍ପ ଲାଭ ଭୋଗ ହେବ l ପୂର୍ବବର୍ଷ ଅପେକ୍ଷା ରୋଜଗାର ଭଲ ହେଲେ ମଧ୍ୟ ସଂଞ୍ଚୟ ଭଲ ହେବ ନାହିଁ l ଆର୍ଥିକ ସ୍ଥିତି ସୁଦୃଢ ରହିବ l ନିଜେ ନିଜର ଲକ୍ଷସ୍ଥଳ ରେ ପହଞ୍ଚିପାରିବେ l ବର୍ଷ ଆରମ୍ପରୁ ସମୟ ଅତ୍ୟନ୍ତ ଭଲ ରହିବ l ବର୍ଷର ପ୍ରଥମ ଭାଗରେ ଗୃହରେ ମାଙ୍ଗଳିକ କାମ କରିବେ l ପୁର୍ବରୁ ଥିବା ଖରାପ ଅଭ୍ୟାସ ଗୁଡିକ ଏ ବର୍ଷ ଦୂରୀଭୂତ ହେଇଜିବ l ଗୁପ୍ତଧନ ପ୍ରାପ୍ତି କରିବେ l ପୁର୍ବରୁ ଥିବା ଜମିବାଡିକୁ ନେଇ ବିବାଦ ଦୁରୀଭୂତ ହେବ l ସନ୍ତାନ ମାନେ କୃତକାର୍ୟ୍ଯ କରିବେ l ବିବାଦ ଠୁ ମୁକ୍ତ ହେବେ l ଶତ୍ରୁମାନେ ପରାଜିତ ହେବେ l ସନ୍ତାନଙ୍କ ସ୍ୱାସ୍ଥ୍ୟ ହାନି ହେବାର ସମ୍ପାବନା ରହିଛି l ପୁରାତନ ଗୃହ କାମଗୁଡିକ ସମ୍ପାଦିତ କରିବେ l ବିଦ୍ୟାର୍ଥିଙ୍କ ପାଇଁ ସମୟ ଉତ୍ତମ ରହିବ ନାହିଁ l ଅନ୍ୟମନଷ୍କ ରହି ପ୍ରତ୍ୟେକ କାର୍ଯ୍ୟ କରିବା ଦ୍ୱାରା କାର୍ଯ୍ୟହାନୀ ହୋଇପାରେ l ପରିଶ୍ରମ ଅଧିକ କଲେ ସଫଳତା ମଧ୍ୟ ଅଧିକ ପ୍ରାପ୍ତି ହେବ l ବିଦ୍ୟାର୍ଥିମାନେ କଠିନ ପରିଶ୍ରମ କରିବା ଆବଶ୍ଯକ l ଦାମ୍ପତ୍ୟ ଜୀବନ ରେ ସାମାନ୍ୟ ମନମାଳିନ୍ୟ ଭୋଗ ହେବ l ଜୀବନସାଥି ଙ୍କ ସ୍ୱାସ୍ଥ୍ୟ ହାନି ହେବାର ସମ୍ପାବନା ରହିଛି l ପାରିବାରିକ ଜୀବନ ରେ ଥିବା ସମସ୍ୟା ଦୂରୀଭୂତ ହେବ l ଗୃହରେ ମାଙ୍ଗଳିକ କାମ କରିବେ l ପୂର୍ବବର୍ଷ ଅପେକ୍ଷା ସ୍ୱାସ୍ଥ୍ୟରେ ସୁଧାର ଆସିଲେ ମଧ୍ୟ ପେଟ ପାଦ ସ୍ନାୟୁ ଜନିତ ପୀଡା ବର୍ଷର ଦ୍ଵିତୀୟ ଭାଗରେ ସୃଷ୍ଟି ହେବ l
ପ୍ରତିକାର :- ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ l
ବିଛା:- ବର୍ଷ ଆରମ୍ପରୁ ସମସ୍ୟା କିଛି ବୃଦ୍ଧି ପାଇବ l କର୍ମକ୍ଷେତ୍ର ରେ ହଠତ ପରିବର୍ତ୍ତନ କରନ୍ତୁ ନାହିଁ l କର୍ମକ୍ଷେତ୍ର ରେ ଅସ୍ଥିରତା ଭୋଗ ହେବ l ମାନଶିକ ଅଶାନ୍ତି ଭୋଗ କରିବେ l ସରକାରି କାମ ଗୁଡିକ ରେ ମିଶ୍ରିତ ଫଳ ପ୍ରାପ୍ତି କରିବେ l ଋଣଗ୍ରସ୍ଥ ହେବେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ l ଆର୍ଥିକ କ୍ଷେତ୍ରରେ ସ୍ୱଳ୍ପ ଲାଭ ପାଇବେ l ବ୍ୟବସାୟୀମାନେ ଅଧିକ ନିବେଶ କରନ୍ତୁ ନାହିଁ l ବର୍ଷର ଅନ୍ତିମ ଭାଗରେ ବ୍ୟବସାୟ କ୍ଷେତ୍ରରେ ସୁବିଧା ସୁଯୋଗ ସୃଷ୍ଟି ହେବ l ବ୍ୟବସାୟରେ ଉତ୍ତମ ଲାଭ ପ୍ରାପ୍ତି କରିବେ l ବିଦ୍ୟାର୍ଥିମାନେ ଅନ୍ୟମନଷ୍କ ରହିବେ l ଦାମ୍ପତ୍ୟ ଜୀବନ ରେ ଥିବା ସମସ୍ୟା ଗୁଡିକ ଦୂରୀଭୂତ ହେବ l ପାରିବାରିକ ଚାପ ସାମାନ୍ୟତମ ରହିବ l ପୁରାତନ କାମଗୁଡିକ ଅଧିକ ଏହି ସମୟରେ କରିବେ l ବନ୍ଧୁଙ୍କ ସହ ମତଭେଦ ଉପୁଜିବ l ବର୍ଷର ମଧ୍ୟଭାଗ ଠାରୁ ସମୟ ଭଲ ରହିବ ଜଗିରଖି ଚଳନ୍ତୁ l ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ସମସ୍ତ କାମ କରନ୍ତୁ l ଅଧିକ ନିବେଶ କେଉଁଠି କରନ୍ତୁ ନାହିଁ l ଭାତ୍ରୁ କଳହ ଉପୁଜିବ l ଋଣ ଠୁ ଦୂରେଇ ରୁହନ୍ତୁ ନହଲେ ଅସୁବିଧାରେ ପଡ଼ିବେ l ସ୍ଥ୍ୟବସ୍ଥା ଭଲ ରହିବ ନାହିଁ l ବାଣୀ ପ୍ରତି ନୀୟନ୍ତ୍ରଣ ରଖି ପ୍ରତ୍ୟେକ କାମଗୁଡିକ କରନ୍ତୁ l କୁଟୁମ୍ବଙ୍କ ସହ ମତଭେଦ ଉପୁଜିପାରେ l ପେଟ , ଛାତି , କାନ ଆଦି ରେ ସାରୀରିକ ପୀଡା ଭୋଗ ହେବ l ମାନଶିକ ଚାପ ବୃଦ୍ଧି ପାଇବ l
ପ୍ରତିକାର :- ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ l
ଧନୁ:- ଏହିବର୍ଷ ଅନେକ ସୁବିଧା ସୁଯୋଗ ପ୍ରାପ୍ତି କରିବେ l ଆର୍ଥିକ କ୍ଷେତ୍ରରେ ଅନେକ ସୁଯୋଗ ଆସିବ l ପୂର୍ବରୁଥିବା ବିବାଦ ଗୁଡିକ ଦୂରୀଭୂତ ହେବ l ବର୍ଷ ଆରମ୍ପରୁ ସ୍ୱାସ୍ଥ୍ୟ ଉତ୍ତମ ରହିବ l ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟା ଦୁରିଭୁତ ହେବ l ବର୍ଷ ର ମଧ୍ୟଭାଗ ଠାରୁ ସ୍ୱାସ୍ଥ୍ୟ ହାନି ହେବାର ଯୋଗ ରହିଛି l ପେଟ , ହୃଦରୋଗ , ଆଣ୍ଠୁ ଜନିତ ପୀଡା ଆଦି ଦେଖାଦେବ l ରାଜନିତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି କରିବେ l ପୂର୍ବରୁ ଥିବା ଅଯଥା ଖର୍ଚ୍ଚଗୁଡିକ ଏ ବର୍ଷ ଆଉ ହେବ ନାହିଁ l ସନ୍ତାନଙ୍କ ହେଉଥିବା ସମସ୍ୟାଗୁଡିକ ଦୁରୀଭୂତ ହେବ l ସରକାରୀ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ l କର୍ମକ୍ଷେତ୍ର ରେ ସ୍ଥାନପରିବର୍ତ୍ତନ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ l ଦୂରସ୍ଥାନ ରେ କର୍ମପ୍ରାପ୍ତି ହେବ l ନୂତନ କର୍ମ ନିଯୁକ୍ତି ମଧ୍ୟ ପ୍ରାପ୍ତି କରିବେ l ପାରିବାରିକ ଅଶାନ୍ତି ପାଇଁ କର୍ମକ୍ଷେତ୍ରରେ ମନ ଅସ୍ଥିର ରହିବ l ଭୂମି ଯାନବାହାନ ଗୃହ ଆଦି କିଣିବା ପାଇଁ ବର୍ଷର ଆରମ୍ପରେ ସୁବିଧା ସୁଯୋଗ ପ୍ରାପ୍ତି ହେବ l ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ l ବ୍ୟବସାୟ ରେ ସ୍ଥିତି ଉତ୍ତମ ରହିବ l କିଛି ନୂତନ ବ୍ୟବସାୟ ପାଇଁ ଯୋଜନା ମଧ୍ୟ କରିବେ l ପରିଶ୍ରମ ଅନୁସାରେ ଲାଭ ଆସିବ ହେଲେ ଧନ ସଂଞ୍ଚୟ ର ଅଭାବ ଦେଖାଦେବ l ରାଜନିତି ରେ ମତଭେଦ ଉପୁଜିବାର ସମ୍ପାବନା ରହିଛି l ବିଦ୍ୟାର୍ଥି ସଫଳତା ପାଇବେ l ଉଚ୍ଚଶିକ୍ଷା ରେ ଉନ୍ନତ୍ତି କରିବେ l ଦାମ୍ପତ୍ୟ ଜୀବନ ମିଶ୍ରିତ ରହିବ କିଛିଟା ତିକ୍ତକ୍ତା ଦେଖାଦେଇ ପାରେ l ଖର୍ଚ୍ଚ ବୃଦ୍ଧି ମଧ୍ୟ ଲାଗି ରହିବ l ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ l ଗୃହକାମ ଗୁଡିକ କରିବେ l ଭୁମି ଯାନ ବାହାନ କ୍ରୟ ମଧ୍ୟ କରିବେ ପ୍ରତିକାର :- ବିଷ୍ଣୁ ସହର୍ଷ ନାମ ଶ୍ରଵଣ କରନ୍ତୁ l
ମକର:- ବର୍ଷ ଆରମ୍ପରୁ ସରକାରୀ କର୍ମରେ ସମସ୍ୟା କିଛି ରହିବ l ବର୍ଷର ଦ୍ଵିତୀୟ ଭାଗ ରେ କର୍ମମୟ ଜୀବନରେ ଅଧିକ ସଂଘର୍ଷ ଭୋଗ ହେବ l ବର୍ଷର ଅନ୍ତିମ ଭାଗରେ ନୂତନ କର୍ମ କ୍ଷେତ୍ରରେ ସୁବିଧା ସୁଯୋଗ ଆସିବ l ପ୍ରମୋସନ ମଧ୍ୟ ହେବ l ନୂତନ କର୍ମ ସଂସ୍ଥାନ ମଧ୍ୟ ପ୍ରାପ୍ତି ହେବ l ବ୍ୟବସାୟ ରେ ଏହି ସମୟ ରେ ମଧ୍ୟମ ଫଳ ପ୍ରାପ୍ତି ହେବ l ବନ୍ଧୁତାରେ ବ୍ୟବସାୟ ଆଦଉଁ କରନ୍ତୁ ନାହିଁ l ବ୍ୟବସାୟରେ ଏକକାଲୀନ ସ୍ୱଳ୍ପ ଅର୍ଥ ନିବେଶ କରନ୍ତୁ l ବିଦେଶ ଯାତ୍ରା କରି ଲାଭ ପ୍ରାପ୍ତି କରିବେ l ବିଦ୍ୟାର୍ଥି ସଫଳତା ପ୍ରାପ୍ତି କରିବେ l ଉଚ୍ଚଶିକ୍ଷାପାଇଁ ସଂଘର୍ଷରତ ହେବେ l ଦାମ୍ପତ୍ୟ ଜୀବନ ରେ ଅଶାନ୍ତି ଭୋଗ ହେବ l ମାନଶିକ ଚାପ କିଛି ବୃଦ୍ଧି ପାଇବ l ବର୍ଷ ଆରମ୍ପ ରୁ ସମୟ ଅତ୍ୟାଧିକ ଖରାପ ଭୋଗ ହୋଇ ଧୀରେ ଧୀରେ ଏହା ସ୍ୱଛଳ ପରିସ୍ଥିତି କୁ ଗତି କରିବ l ବର୍ଷ ର ମଧ୍ୟଭାଗ ଆରମ୍ପରୁ ଦୁଶ୍ଚିନ୍ତା ଭୋଗ ହେବାପରେ ଧୀରେ ଧିରେ ସମୟ ଭଲ ଆସିବ l ମାଙ୍କ ସ୍ୱାସ୍ଥ୍ୟ ହାନି ହୋଇପାରେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ l ଜମି ଗୃହ ଆଦିରେ ସମସ୍ୟା ବୃଦ୍ଧି ପାଇବ l ବର୍ଷର ଶେଷ ଭାଗରେ ମାଙ୍ଗଳିକ କାମ ମଧ୍ୟ ଗୃହରେ କରିପାରିବେ l ପାଦ ,ଗୋଡ଼ ,ଆଣ୍ଠୁ ,ଛାତିରେ ସମୟେସମୟେ ପୀଡା ହେବ l ଯାନବାହାନପ୍ରତି ସତର୍କ ରହିବା ଆବଶ୍ଯକ l
ପ୍ରତିକାର :- ଶନିମେଳା କରନ୍ତୁ l
କୁମ୍ଭ:- ବର୍ଷ ଆରମ୍ପରୁ କର୍ମକ୍ଷେତ୍ରରେ ଚାପ ଅନେକ ସମୟରେ ପରିଲକ୍ଷିତ ହେବ l କର୍ମରେ ପରିବର୍ତ୍ତନ କରିବେ l ବର୍ଷର ଦ୍ଵିତୀୟ ଭାଗରେ କର୍ମକ୍ଷେତ୍ର ରେ ଅନେକ ସଫଳତା ପ୍ରାପ୍ତି କରିବେ l ପ୍ରମୋସନ ପଦୋନ୍ନତ୍ତି ମଧ୍ୟ ପ୍ରାପ୍ତି କରିବେ l ଆୟ ତୁଳନାରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ l ବ୍ୟବସାୟ ରେ ମିଶ୍ରିତ ଶୁଭଫଳ ପ୍ରାପ୍ତି କରିବେ l ବର୍ଷ ର ଦ୍ଵିତୀୟ ଭାଗରେ ବ୍ୟବସାୟ ରେ ଶୁଭଫଳ ପ୍ରାପ୍ତି କରିବେ l ସବୁ କାର୍ଯ୍ୟରେ ଲୋଭ ବୃଦ୍ଧି ହେବ l ବଡ଼ ବଡ଼ ଖର୍ଚ୍ଚ ବୃଦ୍ଧି ଲାଗି ରହିବ l ବିବାଦ ରେ ମଧ୍ୟ ପଡିପାରନ୍ତି l ବିଦ୍ୟାର୍ଥିମାନେ ଅଧିକା ପରିଶ୍ରମ କରିବେ l କଳା କ୍ଷେତ୍ରରେ ଅଧିକ ସଫଳତା ପ୍ରାପ୍ତି କରିବେ l ଦାମ୍ପତ୍ୟ ଜୀବନ ରେ ଜୀବନସାଥିଙ୍କ ସ୍ୱାସ୍ଥ୍ୟ ହାନି ହେବ l ପାରିବାରିକ ସୁଖ ମିଶ୍ରିତ ଭୋଗ ହେବ l ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ l କୁଟୁମ୍ବ ଜନଙ୍କୁ ନେଇ ବିବାଦ ଉପୁଜୀବ l ଶାରୀରିକ ପୀଡା ଭୋଗ କରିବେ ଜୟଣ୍ଟ ପେନ ହେବ ରକ୍ତ ସମସ୍ୟା ଇନଫେକସନ ବୃଦ୍ଧି ହେବ , ବାୟୁ ଜନିତ ପୀଡା ବୃଦ୍ଧି ହେବ l ସନ୍ତାନ ସୁଖ ପ୍ରାପ୍ତି ହେବ l ବର୍ଷର ପ୍ରଥମ ଭାଗ ରେ ଶୁଭ ମାଙ୍ଗଳିକ କାମ ସମ୍ପାଦିତ କରିବେ l ବିଦ୍ୟାର୍ଥିମାନେ ଭୁଲ ମାର୍ଗରେ ଚାଲି ଯାଇପାରନ୍ତି l
ପ୍ରତିକାର :- ଅଶ୍ଵସ୍ଥ ବୃକ୍ଷ ମୂଳରେ ଜଳ ଢାଳନ୍ତୁ l
ମୀନ:-ବର୍ଷର ପ୍ରଥମଭାଗ କର୍ମ କ୍ଷେତ୍ର ଉତ୍ତମ ରହିବ l ମଧ୍ୟ ଭାଗ ପରଠୁ କର୍ମକ୍ଷେତ୍ର ରେ ସମସ୍ୟା ଉପୁଜିବ l ଧର୍ଯ୍ୟଧରି ପ୍ରତେକ କାମ କରନ୍ତୁ l ବଡ ବଡ କାର୍ଯ୍ୟ କରି ଭୁଲ କରିବସିବେ l ମାନଶିକ ଚାପରେ ରହି କର୍ମ କରିବେ l ସମ୍ପର୍କ ହାନି ହେବ l ରାଜନିତି କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ l ସରକାରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ l ବ୍ୟବସାୟ ରେ ନୁତନତ୍ୟ ଆଣିବେ l କାହାସହ ମିଶ୍ରିତ ହୋଇ ନିବେଶ କରନ୍ତୁ ନାହିଁ l ବିଦ୍ୟାର୍ଥି ମାନେ ଅନ୍ୟମନଷ୍କ ରହିବେ l ଦାମ୍ପତ୍ୟ ଜୀବନ ରେ ମନମାଳିନ୍ୟ ହେବ l ଆପସ ବୁଝାମଣା ର ଅଭାବ ପରିଲକ୍ଷିତ ହେବ l ପାରିବାରିକ ଜୀବନ ଜଞ୍ଜାଳମୟ ରହିବ l ନିଜ ଲୋକଙ୍କୁ ହରେଇ ମଧ୍ୟ ପାରନ୍ତି lଅତ୍ୟାଧିକ ସମୟ ବିରକ୍ତରେ କାଳ ତିପାତ କରିବାକୁ ପଡିପାରେ lମାନଶିକ ଦୁଶ୍ଚିନ୍ତା ଭୋଗ ହେବ lସ୍ୱାସ୍ଥ୍ୟହାନି ଲାଗି ରହିବ lଆର୍ଥିକ କ୍ଷେତ୍ର ପ୍ରଥମ ଭାଗ ରେ ଭଲ ରହିଲେ ମଧ୍ୟ ପରବର୍ତ୍ତି ସମୟରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ lସେୟାର ମାର୍କେଟ ରେ ନିବେଶ କରନ୍ତୁ ନାହିଁ lପାଦଗୋଡ଼ ମୁଣ୍ଡ ରେ ଯନ୍ତ୍ରଣା ହେବ l
ପ୍ରତିକାର – ଶିବଲିଙ୍ଗରେ ଶୁକ୍ରବାର ମାର୍ଜଣାକରନ୍ତୁ!!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା!!

କୌଣସି ଜ୍ୟୋତିଷ କେବେ ମନୁଷ୍ୟକୁ କର୍ମଫଳ ଭୋଗିବାରୁ ବଞ୍ଚିତ କରିପାରିବେ ନାହିଁ l ସେମାନେ କେବଳ ମନୁଷ୍ୟକୁ ସତର୍କ କରାଇ ପାରିବେ।ନବଗ୍ରହମାନେ ଭଗବାନଙ୍କ କର୍ମଚାରୀ, ମନୁଷ୍ୟର କର୍ମଅନୁସାରେ ଏମାନେ ଫଳ ବିଧାନ କରିଥାଆନ୍ତି lପ୍ରତିକାର ସ୍ବରୂପ ଏମାନଙ୍କୁ ପୂଜାକଲେ ହୁଏତ କିଛି ସମୟପାଇଁ କର୍ମଫଳ ଭୋଗରୁ ବିରତିମିଳିପାରେ କିନ୍ତୁ ପରେ ତାହା ଭୋଗିବାକୁ ପଡ଼ିବ।କିନ୍ତୁ ଭଗବାନଙ୍କ ଆଶ୍ରିତ ହେଲେ ମିଳିବାକୁ ଥିବା କର୍ମଫଳ ଭୋଗର ଜ୍ଵାଳା କମିଯିବ l ଭଗବାନ ଙ୍କୁ ପ୍ରସନ୍ନ କରିବାକୁ ହେଲେ “ସତ୍ କର୍ମ” କରିବାକୁ ପଡ଼ିବ l

Leave A Reply

Your email address will not be published.