ବାତ୍ୟା ମୁକାବିଲା ପାଇଁ ଗଲା ଏନଡିଆରଏଫର ୩ଟି ଦଳ

କଟକ, ୨୬।୧୦(ଏସଏସନିଉଜ) ସାମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ମୁଣ୍ଡଳୀସ୍ଥିତ ଏନଡିଆରଏଫର ୩ୟ ବାଟାଲିୟନର ତିନୋଟି ଟିମ ରବିବାର ଯାଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ରବିବାର ଦିନ ତିନୋଟି ଦଳ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଆଉ ଦୁଇଟି ଦଳ ସଜାଗ ରହିଛନ୍ତି। ଯଦି ପରିସ୍ଥିତି ଅନୁସାରେ ଆବଶ୍ୟକ ପଡେ ଆହୁରି ଦୁଇଟି ଦଳ ଯିବାର ସମ୍ଭାବନା ରହିଛି ।ଯାଇଥିବା ଏହି ୩ଟି ଦଳ ମଧ୍ୟରୁ ଦୁଇଟି ଦଳ ଭାଇଯାକରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ ଏକ ଦଳ ସିକାକୁଲମ୍ ରେ ନିୟୋଜିତ ହେବା ନେଇ ସୂଚନା ମିଳିଛି।ବାତ୍ୟା ସମୟରେ ସାଧାରଣ ଲୋକଙ୍କ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାରର ଜରୁରୀକାଳୀନ ଯନ୍ତ୍ରପାତି ନେଇ ଏହି ଯାଇଛନ୍ତି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.