ବାତ୍ୟା ପରେ କରୋନା ଚିନ୍ତା

ଖବର ଆଜିର,ତାରିଖ ୨୮-୦୫-୨୦୨୧/ ଶୁକ୍ରବାର

0 259

୧-ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।
୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ।ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା ।
୩-ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୪-ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ପ୍ରମାଣିତ ହୋଇଛି:ମୁଖ୍ୟମନ୍ତ୍ରୀ
୫-ବାତ୍ୟା ପରେ ଜାରି ରହିଛି ରିଲିଫ କାର୍ଯ୍ୟ, ରାଜ୍ୟର ୭୭ଟି ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ-ସ୍ବତନ୍ତ୍ର ରିଲିଫ କମିଶନର .
୬-ଏପ୍ରିଲ ୨୯ରେ ଦେଶରେ ସଂକ୍ରମଣ ହାର ଥିଲା ୨୧.୫%, ଏବେ ତାହା ଖସି ୧୦.୪୫%ରେ ପହଞ୍ଚିଛି : ଲବ ଅଗ୍ରୱାଲ
୭-୨୪ଟି ରାଜ୍ୟରେ କମିଛି କରୋନା ସଂକ୍ରମଣ ହାର, ଦେଶରେ ଏବେ ୯୦%ରହିଛି ସୁସ୍ଥତା ହାର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
୮-ୟାସ୍ ପ୍ରଭାବ : ସୁନ୍ଦରଗଡ଼ ଜିଲ୍ଲାରେ ହାରାହାରି ୧୦୧ ମିଲିମିଟର ବର୍ଷା ।
୯-ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ କରିବାକୁ ହେବ ।
୧୦-କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବାରେ ‘ଗେମ ଚେଞ୍ଜର’ ହୋଇପାରେ ଭାରତ ପ୍ରସ୍ତୁତ ନାସାଲ୍ ଭାକ୍ସିନ: WHO .
୧୧-ବଢ଼ିଲା IB ଏବଂ ର’ ମୁଖ୍ୟଙ୍କ କାର୍ଯ୍ୟକାଳ, ଆସନ୍ତାବର୍ଷ ଜୁନ୍‌ରେ ନେବେ ଅବସର ।
୧୨-ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର  ପରଲୋକ ।
୧୩-ବାତ୍ୟା ପରେ କରୋନା ଚିନ୍ତା : ଆଶ୍ରୟସ୍ଥଳ ଫେରନ୍ତା, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ।
୧୪-କୋଭାକ୍ସିନ ଟିକାକୁ ବ୍ରାଜିଲର ଅନୁମତି ପ୍ରସଙ୍ଗ । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କୁ ନୂତନ ଅନୁରୋଧ ପଠାଇଲା ଭାରତ ବାୟୋଟେକ୍ ।
୧୫-ଭବିଷ୍ୟତର ଟ୍ୟାକ୍ସି’: ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଗାଡ଼ି ‘FLIP’ ବିକଶିତ କଲା ଋଷର SberAutoTech ।
୧୬-ଖୁବ ଶିଘ୍ର ସ୍ବାସ୍ଥ୍ୟ ସେବାରେ ଲାଗୁ ହେବ ନୂତନ ଡିଜିଟାଇଜେସନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ।
୧୭-ଆଂଟିଗୁଆରୁ ଫେରାର ଉଦ୍ୟମ କରି ଫସିଗଲା ପଳାତକ ମେହୁଲ ଚୌକସି । କ୍ୟୁବାକୁ ପଳାଉଥିବା ବେଳେ ଡୋମିନିକାରେ ଧରିଲା ପୁଲିସ ।
୧୮-ରୋମିଓ ରାଜା ପରେ… ଓଟିଟିମୁହାଁ ହେଲା ଓଲିଉଡ୍‌ ।
୧୯-କରୋନାକୁ ନେଇ ଜୋ ବାଇଡେନଙ୍କ କଡା ଆଭିମୁଖ୍ୟ । କରୋନାର ଉତ୍ପତିକୁ ନେଇ ଇଂଟିଲିଜେନ୍ସ ଏଜେନ୍ସୀକୁ ଦେଲେ ତଦନ୍ତ ନିର୍ଦ୍ଦେଶ । କହିଲେ ୩ ମାସ ଭିତରେ ରିପୋର୍ଟ ଦିଅ ।
୨୦-ଦେଶରେ ଜୁନ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ କରୋନା ଲାଗି ଜାରି ଜାତୀୟ ଗାଇଡଲାଇନ: କେନ୍ଦ୍ର ଗୃହମନ୍ତ୍ରାଳୟ । ଶୁଭ ସକାଳ,ସୁପ୍ରଭାତ ।

 

Leave A Reply

Your email address will not be published.