ବାତ୍ୟାରେ ପରିଣତ ହୋଲ ‘ୟାସ୍ ‘

0 404

ଭୁବନେଶ୍ୱର୨୪/୫(ଏସଏସନିୟୁଜ) ବାତ୍ୟାରେ ପରିଣତ ହେଲା ୟାସ୍ । ପାରାଦୀପ ଠାରୁ ୫୪୦ ଓ ବାଲେଶ୍ୱରଠାରୁ ୬୫୦ କିମି ଦୂରରେ ବାତ୍ୟା ‘ୟଶ’ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାପ୍ରତି ୪ କିମି ବେଗରେ ଉପକୂଳ ଆଡକୁ ବାତ୍ୟା ଅଗ୍ରସର ହୋଇ ୨୬ରେ ପାରାଦୀପ ଓ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ । ସକାଳ ୮.୩୦ରୁ ୧୧.୩୦ ମଧ୍ୟରେ ଏହା ବାତ୍ୟାର ରୂପ ନେବ। ଅତି ଭୀଷଣ ବାତ୍ୟା ୨୬ ତାରିଖ ମଧ୍ୟାହ୍ନରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବ ରାତି ୧୨ଟା ଯାଏ ଅନୁଭୂତ ହେବ । ଆଗାମୀ ୨୪ ଘଂଟାରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । ପାରାଦୀପର ୫୪୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୫୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ । ଧୀରେ ଧୀରେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଉପୂକଳ ମୁହାଁ ହୋଇ ଗତି କରିବ । ସ୍ଥଳଭାଗ ଅତିକ୍ରମ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୬୦ରୁ ୧୭୦ କିମି ଓ ବେଳେବେଳେ ୧୯୦ କିମି ମଧ୍ୟ ଛୁଇଁପାରେ। ବାଲେଶ୍ୱର – ଭୋଗରାଇ ଅଂଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.