ବେହାଲ ହିମାଚଳପ୍ରଦେଶ

ଖବର ଆଜିର,ତାରିଖ ୧୪-୦୭-୨୦୨୧/ବୁଧବାର

0 439

୧-ସଂକ୍ରମଣ ବଢ଼ାଉଥିବା ରାଜ୍ୟ ତାଲିକା ୫ ନମ୍ବରରେ ଓଡ଼ିଶା, ୨ ମାସ ଧରି ୬.୫% ହାରରେ ଯୋଡ଼ି ହେଉଛନ୍ତି ରୋଗୀ ।
୨-ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା । ସୋସିଆଲ ମିଡ଼ିଆକୁ ମୋହରା କରି ବନ୍ଧୁତ୍ୱ ନାଁରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।
୩-ଟୋକିଓ ଅଲିମ୍ପିକ୍ସ ଆଉ ୯ ଦିନ: ଦୂତିଙ୍କ ମନୋବଳ ବଢ଼ାଇଲେ ମୋଦୀ ‘ପୋଡିୟମ୍‌ରେ ସାରା ଦେଶ ତୁମକୁ ଦେଖିବାକୁ ଚାହେଁ’ ।
୪–ସିଦ୍ଧୁଙ୍କ ଟ୍ୱିଟ୍ ପରେ କଂଗ୍ରେସ ରାଜନୀତିରେ ଝଡ । ରାହୁଲଙ୍କୁ ଭେଟିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର .
୫-କୋଭିଡ୍ କଟକଣାକୁ ନେଇ ଇଂଲଣ୍ଡର ବଡ଼ ନିଷ୍ପତ୍ତି । ଜୁଲାଇ ୧୯ରୁ ଇଂଲଣ୍ଡରେ ହଟିବ ଲକଡାଉନ କଟକଣା, ସଂକ୍ରମିତ ହେଲେ ନିଜକୁ ନିଜେ ଲୋକେ କରିବେ ଆଇସୋଲେଟ୍ ।
୬-କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ: ଗୋଟିଏ ମିନିଟ୍‌ରେ ଜନ୍ମ ହେଉଛନ୍ତି ୩୩ ଜଣ, ନିୟନ୍ତ୍ରଣ ଜରୁରୀ .
୭-ତୃତୀୟ ଲହର ଆସିବା ଆଶଙ୍କାରେ କନୱର ଯାତ୍ରା ବନ୍ଦ କଲେ ଉତ୍ତରାଖଣ୍ଡ ସରକାର ।
୮-ଏ ବର୍ଷ ମଧ୍ୟ ବୋଲବମ୍‌ରେ ରୋକ ଲଗାଇଲେ ସରକାର। ଗତବର୍ଷ ଭଳି ଏ ବର୍ଷ ବି ବୋଲବମ ଉପରେ ଲାଗିଲା କଟକଣା। ବୋଲବମ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦେଶନାମା ଜାରି।
୯-ବାଦଲ ଫଟା ବର୍ଷାରେ ବେହାଲ ହିମାଚଳପ୍ରଦେଶ । ପାହାଡ ଧସିବାପରେ ଭାଙ୍ଗିଲା ଘର ଦ୍ୱାର, ବନ୍ୟାପାଣିରେ ଭାସିଗଲା ଘର ଓ ଗାଡି ମଟର ।
୧୦–ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଅନୁମତି ଦେଲେ ରାଜ୍ୟ ସରକାର। ଜୁନିୟର କଲେଜ ଚାହିଁଲେ ସିଟ ବଢ଼ାଇବା ନେଇ ଆବେଦନ କରିପାରିବେ। ସିଟ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ ପାଇଁ ନିର୍ଦେଶ। ସାମ୍ସ ଅନ୍‌ଲାଇନ ଜରିଆରେ ଆବେଦନ କରିହେବ।
୧୧–ଟୋକିଓ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ଓ ସମସ୍ୟା ସମ୍ପର୍କରେ ପଚାରିଥିଲେ।
୧୨–ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ। ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ଏହାସହ ୩ୟ ତରଙ୍ଗର ଆଶଙ୍କା ମଧ୍ୟ କରାଯାଉଛି।
୧୩–ଚାଲିଗଲେ ୮୩ର ଅନ୍ୟତମ ତାରକା ଯଶପାଲ ଶର୍ମା। ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ ତାରକା ଯଶପାଲ ଶର୍ମାଙ୍କର ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି।
୧୪-ସେପ୍ଟେମ୍ବର ମାସରୁ ସେରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟନିକ-ଭି ଟିକା । ବାର୍ଷିକ ୩୦ କୋଟି ଉତ୍ପାଦନ ଲକ୍ଷ୍ୟ ।
୧୫-ଆସନ୍ତା ୧୬ରେ ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ।
୧୬-ଇରାକର ନସିରିୟାରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୁଲିସ ପକ୍ଷରୁ ଏହି ଖବର ମିଳିଛି ।
୧୭-ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପାରଳାଖେମୁଣ୍ଡି ବନ ସଂରକ୍ଷକ: ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି ।
୧୮-ପୃଥିବୀକୁ ମାଡି ଆସୁଛି ସୌରଝଡ । ଧ୍ୱଂସ କରିପାରେ ମହାକାଶର ସାଟେଲାଇଟ୍, ପ୍ରଭାବିତ ହୋଇପାରେ ସାରା ଦୁନିଆର ବିଜୁଳି ସରବରାହ ।
୧୯-ସିରିଜ୍ ହାରିବା ପରେ ଫର୍ମକୁ ଆସିଲେ ବାବର, ଦ୍ରୁତତମ ୧୪ ଶତକ ହାସଲ କରି ରଚିଲେ ଇତିହାସ, ପଛରେ ରହିଲେ ବିରାଟ କୋହଲି ।
୨୦-ଗୌତମ ଅଦାନୀଙ୍କ ହାତକୁ ଆସିଲା ମୁମ୍ବାଇ ବିମାନ ବନ୍ଦରର ଦାୟିତ୍ଵ, ପଛରେ ରହିଗଲା ଜିଏମଆର ।
୨୧-ଦୀପକ କାବ୍ରା ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ହେଲେ ଅଲିମ୍ପିକର ଜିମ୍ନାଷ୍ଟିକ୍ ଜଜ୍ ।
୨୨-ତୁର୍କୀକୁ ତାଲିବାନଙ୍କ ଝଟକା, NATO ସଦସ୍ୟ ହୋଇଥିବାରୁ ତୁରନ୍ତ ଆଫଗାନିସ୍ତାନ ଖାଲି କରିବାକୁ ନିର୍ଦ୍ଦେଶ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.