ବେଟ୍ୟାରୀଚୋରକୁ ଧରିଲା ପୋଲିସ

0 137

ଜଟଣୀ,୨୨ା୭(ଏସଏସନିଉଜ) ଥୁଆହୋଇଥିବା ଟ୍ରକରୁ ବ୍ୟାଟାରୀ ଚୋରୀକରିବା ଅଭିଯୋଗରେ ଜଟଣୀପୋଲିସ ଶନିବାରଦିନ ଖୋଲାଦ୍ୱାର ମଠସାହିର ଲିପୁ ଓରଫ ବିଶ୍ୱଜିତ ସେଠୀନାମକ ଯୁବକକୁ ବେଲପଡାଛକରୁ ଗିରଫ କରି ୨୬୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛନ୍ତି ।
ପ୍ରକାସ ଯେ, ଶଙ୍କର୍ଷଣ ମହାପାତ୍ର ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କର ଟ୍ରକ ଗୁଡିକୁ ବେଲପଡାସ୍ଥିତ ବାଟମହାବୀରମନ୍ଦିର ନିକଟରେ ପାର୍କ କରିରଖନ୍ତି । ଗତ ୧୪ତାରିଖ ସନ୍ଧ୍ୟାରେ ସେ ଟ୍ରକଗୁଡିକୁଦେଖିବାପାଇଁ ଯାଇଥିବାବେଳେ ବିଶ୍ୱଜିତ ସହ ଅନ୍ୟ୨ଜଣ ଟ୍ରକରୁ ବ୍ୟାଟେରୀ ଚୋରୀ କରୁଥିବାର ଦେଖିଥିଲେ । ଶଙ୍କର୍ଷଣ ଙ୍କୁ ଦେଖି ଏମାନେ ଘଟଣାସ୍ଥଳରୁ ଦୌଡି ପଳାଇବାକୁ ଚେଷ୍ଠା କରିଥିଲେ । ସେହି ସମୟରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ କାଳୁ ଓରଫ ଅର୍ଜୁନମହାପାତ୍ରଙ୍କୁ କାବୁ କରିଥିବାବେଳେ ଅନ୍ୟ୨ଜଣ ଖସି ପଳାଇଥିଲେ ।ପିସିଆର ସହାୟତାରେ କାଳୁଙ୍କୁ ଥାନାରେ ଜିମ୍ମା ଦେବା ସହ ଶଙ୍କର୍ଷଣ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୁଲିସ ତଦନ୍ତ କରି କାଳୁଙ୍କଠାରୁ ଗୋଟିଏ ବ୍ୟାଟେରୀ ଜବତ କରି ଗତ ୧୫ତାରିଖରେ କୋର୍ଟ ଚାଲାଣ କରିଥିଲେ । ଆଜି ବିଶେଷସୂତ୍ରରୁ ଖବରପାଇ ଖୋଲାଦ୍ୱାର ମଠସାହିର ଲିପୁ ଓରଫ ବିଶ୍ୱଜିତ ସେଠୀନାମକ ଯୁବକକୁ ବେଲପଡା ଛକରୁ କାବୁ କରି ପୋଲିସ ଥାନାକୁ ଆଣିଥିଲେ। ପଚରାଉଚରାବେଳେ ଲିପୁ ନିଜର ଅପରାଧ ସ୍ଵୀକାର କରିବାସହ ଚୋରୀକରିଥିବା ବ୍ୟାଟେରୀଗୁଡିକୁ ନିଜଘରେ ରଖିଥିବା ଦର୍ଶାଇଥିଲେ । ପୁଲିସ ତାଙ୍କଘର ତଲାସିକରି ୫ଟି ୧୨ଭୋଲ୍ଟ ବ୍ୟାଟେରୀ ଜବତ କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବାବେଳେ ମାମଲାରେ ସମ୍ପୃକ୍ତଥିବା ଅନ୍ୟସହଯୋଗୀଙ୍କୁ ଗିରଫପାଇଁ ଚେଷ୍ଠା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.