ନନ୍ଦନକାନନ ପୁଲିସର ସଚେତନତା ବୈଠକ

0 140

ବାରଙ୍ଗ,୨୨ା୭(ଏସଏସନିଉଜ) ଶନିବାର ସନ୍ଧ୍ୟାରେ ନନ୍ଦନକାନନଥାନା ପକ୍ଷରୁ ପୁଲିସ ସଚେତନତା ବୈଠକ ଦାଢାପଞ୍ଚାୟତର ଡ୍ରିମଭିଲାଠାରେ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଦାଢାପଂଚାୟତର ପଦାସାହି,ବାଲିପଡା,କେନ୍ଦୁପାଟଣା ଓ ଡ୍ରିମଭିଲାର ବହୁ ସଚେତନ ନାଗରିକ , ବୃଦ୍ଧିଜୀବୀ ,ଲୋକପ୍ରତିନିଧିମାନେ ଯୋଗଦେଇଅଞ୍ଚଳର ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଦାଢା ପଞ୍ଚାୟତ ଅଞ୍ଚଳରେ ପୁଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ବିଭିନ୍ନ ଅସାମାଜିକ କାର‌୍ୟ୍ୟକଳାପ ରୋକିବା,ଦେଶିମଦବେପାରକୁ ବନ୍ଦ କରିବା ଓ ନନ୍ଦନକାନନ ପଦାସାହି ରାସ୍ତାରେ ଆଲୋକୀକରଣ ସହ ପଦାସାହି କେନ୍ଦୁପାଟଣା ଗ୍ରା୍ମ୍ୟ ରାସ୍ତାର ସଂପ୍ରସାରଣ ପାଇଁ ଉପସ୍ଥିତ ନାଗରିକଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା।ଏଥିପାଇଁ ପୁଲିସ ଓ ଜନତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ଉପସ୍ଥିତଥିବା ଜୋନ-୬ଏସିପି ରମେଶ ଚନ୍ଦ୍ର ବିଶୋଇ ମତବ୍ୟକ୍ତ କରିଥିଲେ ।ନନ୍ଦନକାନନଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ କରାଯାଇଥିଲା ।

 

Leave A Reply

Your email address will not be published.