ଜଳିଗଲା ଏକ ବଖରାଘର

ମେଣ୍ଢାଶାଳ,୨୨ା୭(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପ୍ରଧାନସାହିରେ ଶୁକ୍ରବାର ବିଳମ୍ଭିତ ରାତିରେ ବିଦ୍ୟୁତସର୍ଟସର୍କିଟ ହୋଇ ଏକ ବଖରାଘର ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଘରୋଇ ଜିନିଷପୋଡି ନଷ୍ଟ ହୋଇଯାଇଛି ।ରବୀନ୍ଦ୍ରଜେନାଙ୍କ ଘରେ ବିଦ୍ୟୁତ ସଟସର୍କିଟ ହୋଇ ତାଙ୍କ ରେଫ୍ରିଜେଟର ପ୍ରଥମେ ନିଆଁ ଓ ଧୂଆଁ ବାହାରିଥିଲା । ପରେଘରେଥିବା ଆସବାସପତ୍ର. ୨୦ହଜାରେଟଙ୍କାମୁଲ୍ୟର ସାହିକୋଠଘର ମାଇକି ଓ ମେସିନ , ତିରିଶହଜାର ଟଙ୍କାର ନୂଆଘର କାମହେବା ପାଇଁ ରଖାଯାଇଥିବା ଚାରିପେଟି ୱାରିଙ୍ଗ କପରତାର. ପନ୍ଦରହଜାର ଟଙ୍କାର ପ୍ଲମର ପାଇପି ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଚନ୍ଦ୍ରଶେଖରପୁର ଦମକଳ ଆସି ନିଆଁ ଲିଭାଇଥିଲା । ଆଜି ସକାଳେ ଚନ୍ଦକା ରାଜ୍ଵସ ଅଧିକାରୀ ଆସି ତଦନ୍ତ କରିଫେରିଥିବାର ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.