ଭଡ଼ା ଘରୁ ମିଳିଲା ନକଲି ନୋଟ

0 396

ଯାଜପୁର, ୨/୧(ଏସଏସନିୟୁଜ) ସନ୍ଥ ମହାଦେବ ନିକଟର ଏକ ଭଡ଼ା ଘରୁ ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଗତକାଲି ରାତିରେ ଜବତ କରି ଏହିଘଟଣାରେ ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଂଚଳର ଜଣକୁ ଅଟକ ରଖି ପଚରାଉଚରା କରୁଛି ।ଜବତ ନଜଲି ନୋଟ ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ଆକଳନ କରୁଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି ନକଲି ନୋଟ କେଉଁଠୁ ଆସିଲା ଓ କ’ଣ ପାଇଁ ଆସିଥିଲା ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.