ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

0 206

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଆଉ ୨୩ ଓମିକ୍ରନ ନୂଆ ଆକ୍ରାନ୍ତ ଚିହ୍ନଟ ରାଜ୍ୟରେ ଚିହ୍ନଟ ହୋଇଛି ।ଚିହ୍ନଟହୋଇଥିବା ୨୩ ଜଣଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା । ୨୩ ଜଣଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୭ଜଣ ବିଦେଶ ଫେରନ୍ତା ।ସେମାନେ ୟୁକେ ଓ ଦୁବାଇରୁ ଆସିଥିବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ରହିଛନ୍ତି । ସର୍ବାଧିକ ୭ ଜଣ କେନ୍ଦୁଝରରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪ , ବୌଦ୍ଧରୁ ୨ ଜଣ, ବାଲେଶ୍ଵରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରୁ ୩, ପୁରୀ ରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.