ଭଦ୍ରକରେ ବନ୍ୟାସ୍ଥିତି ପରଖିଲେ ପ୍ରଣବ

0 158

ଭଦ୍ରକ, ୧୪/୮(ଏସଏସନିଉଜ) ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭଦ୍ରକ ଧାମନଗର ଓ ଧୁଷୁରୀ ଅଞ୍ଚଳର ବନ୍ୟା ସ୍ଥିତି ପରଖିଛନ୍ତି । ଧାମନଗର ଓ ଧୁଷୁରୀରର ହସିନାବାଦ, ମଲ୍ଲିମାହାରା ରାମେଶ୍ୱରପୁର ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଆଖୁଆପଦା ନିକଟରେ ବିପଦ ସଂକେତ ଟପି ପ୍ରବାହିତ ହେଉଥିବା ବନ୍ୟା ଜଳ ପ୍ରଥମେ ଭଣ୍ଡାରୀପୋଖରୀ , ଧାମନଗର ଓ ଧୁଷୁରୀର ତଳିଆ ଅଞ୍ଚଳରେ ପ୍ରବେଶ କରିଥାଏ । ଏହାର ସ୍ଥିତି ପରଖିବା ପାଇଁ ପ୍ରଣବ ଆସଥିବାବେଳେ ତାଙ୍କ ସହ ଧାମନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ରହିଥିଲେ ।

Leave A Reply

Your email address will not be published.