ଭାଗବତ ବାଣୀ

ତାରିଖ : ୨୧-୧୨-୨୦୨୦

0 788

ଭଗବାନଙ୍କୁ ପ୍ରସନ୍ନ କରିବା ନିମନ୍ତେ ବ୍ରାହ୍ମଣ, ଦେବତା ବା ୠଷି ହୋଇଯାଇ ସଦାଚାର ଓ ବିବିଧ ଜ୍ଞାନରେ ସମ୍ପନ୍ନ ହୋଇଯିବା କିମ୍ବା ଦାନ, ତପ,ଯଜ୍ଞ ଇତ୍ୟାଦି ସମ୍ପାଦନ କରିବା କିମ୍ବା ଶାରୀରିକ ଓ ମାନସିକ ଭାବେ ପବିତ୍ର ହୋଇ ବଡ଼ ବଡ଼ ବ୍ରତ ପାଳନ କରିବା ଯଥେଷ୍ଟ ନୁହେଁ । ଭଗବାନ କେବଳ ନିଷ୍କାମ ପ୍ରେମଭକ୍ତିଦ୍ବାରା ହିଁ ପ୍ରସନ୍ନ ହୁଅନ୍ତି; ଅନ୍ୟ ସବୁ ତ ବିଡ଼ମ୍ବନାମାତ୍ର । ତେଣୁ ସମସ୍ତ ପ୍ରାଣୀଙ୍କୁ ନିଜ ସମାନ ବୋଲି ସ୍ବୀକାର କରି ସର୍ବତ୍ର ବିରାଜମାନ, ସର୍ବାତ୍ମା, ସର୍ବଶକ୍ତିମାନ ଭଗବାନଙ୍କୁ ଭକ୍ତି କରିବାକୁ ହେବ । ଏହି ସଂସାରରେ ତଥା ମନୁଷ୍ୟ-ଶରୀରରେ କେବଳ ଭଗବାନ୍ ଶ୍ରୀକୃଷ୍ଣଙ୍କ ଠାରେ ଅନନ୍ୟ ଭକ୍ତି ହୋଇଯିବା ହିଁ ଜୀବର ସବୁଠାରୁ ବଡ଼ ଲାଭ ଅର୍ଥାତ୍ ଏକମାତ୍ର ପରମାର୍ଥ । ସର୍ବଦା, ସର୍ବତ୍ର ଓ ସକଳ ବସ୍ତୁରେ ଭଗବାନଙ୍କୁ ଦର୍ଶନ କରିବା ହିଁ ସେହି ଅନନ୍ୟ ଭକ୍ତିର ସ୍ବରୂପ ।।। ୭/୭/୫୧-୫୫।।
??☘️ଶ୍ରୀ ଜଗନ୍ନାଥ ଶରଣଂ ??☘️

 

Leave A Reply

Your email address will not be published.