ପର୍ଯ୍ୟଟକଙ୍କୁ ଠକିଦେଲେ ନନ୍ଦନକାନନ କର୍ତ୍ତୁପକ୍ଷ !

0 685

ବାରଙ୍ଗ.୨୦/୧୨(ଏସଏସଏନ)ଆଗକୁ ଆସୁଛି ନନ୍ଦନକାନନର ପ୍ରତିଷ୍ଠା ଦିବସ । ଆଉ ଦିନ କେଇଟା ପରେ ପୁଣି ନୂଆ ବର୍ଷ । ପ୍ରତିବର୍ଷ ପ୍ରାଣୀଉଦ୍ୟାନର ଜନ୍ମଦିନ ଓ ନୂଆବରଷ ପୂର୍ବରୁ  ପ୍ରର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଥାନ୍ତି କତ୍ତୁପକ୍ଷ । କେତେବେଳେ ନୂଆ ନୂଆ ଜୀବଜନ୍ତୁ ଆଣିବା ହେଉ ଅବା ନୂତନ ଜ୍ଞାନ କୈାଶଳରେ ନିର୍ମିତ ଖୁଆଡର ଉଦ୍‌ଘାଟନ କରିଥାନ୍ତି । ହେଲେ ପୂର୍ବରୁ କର୍ତ୍ତୁପକ୍ଷ କଥାଦେଇଥିଲେ ପ୍ରଣୀଉଦ୍ୟାନକୁ ଜୀରାଫ ଖୁସି ପାଇଁ ଆଣିବେ ସାଥି । ସାଥି ତ ଆଣିଲେ ନାହିଁ ଭୁଲିଗଲେ ପ୍ରତିଶୃତି । ଖାଲି ସେତିକି ନୁହେଁ ଜୀରାଫ ସହିତ ଜେବ୍ରା , ଗିବନ , ଗଣ୍ଡା ,ଆଦି ଜୀବଜନ୍ତୁ ଆଣିବାକୁ କହି ଆଣିଲେ ନାହିଁ । ତାସହିତ ରୋପ ୱେ , ଟୟେ ଟ୍ରେନ୍ ମଜା ପ୍ରର୍ଯ୍ୟଟକମାନେ ନେଇପାରିନାହାନ୍ତି । କେବଳ କୋଭିଡ୍ କଟକଣାର ନାଁ ନେଇ ପାର ହୋଇଯାଇଛନ୍ତି କତ୍ତୁପକ୍ଷ ।

ରବିବାର ଦିନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପକ୍ରିୟାରେ ମଧ୍ୟପ୍ରଦେଶର ଈନ୍ଦୋରର କମଳନେହୁର ପ୍ରାଣୀସଂଗ୍ରାହଳୟରୁ ୨ଟି ଏସିଆନ ସିଂହି , ୨ ଟି ଭାରତୀୟ ମାଇ ଗଧିଆ , ଗୋଟିଏ ମାଇ କୋକିସିଆଳି ସହିତ ୨ଟି ମାଇ ଓ ୧ଟି ଅଣ୍ଡିରା ଘଡିଆଳ କୁମ୍ଭୀର ଆଣିଛନ୍ତି । ପଶୁପକ୍ଷୀ ଅଦଳବଦଳରେ ଆସିଥିବା ଏହି ୮ ଅତିଥି ପର୍ଯ୍ୟଟକମାନଙ୍କ ପାଇଁ ନୁଆ ବର୍ଷର ଭେଟି ହେବାକୁ ଯାଉଛି । ଏହି ଅତିଥି ପ୍ରାଣୀଉଦ୍ୟକୁ ଆସିବା ପରେ ଏହାର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଡାକ୍ତରଖାନା ପରିସରର ଆୟୁସୁଲେସନ ୱାଡ୍ ରେ ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.