ମମତାଙ୍କ ଉପରେ ବର୍ଷିଲେ ବିଜେପିର ଚାଣକ୍ୟ

ଖବର ଆଜିର,ତାରିଖ ୨୦-୧୨-୨୦ ରବିବାର

0 591

୧-ଆଡିଲେଡରେ ଜିତିବା ମ୍ୟାଚକୁ ହାରିଗଲା ଟିମ ଇଣ୍ଡିଆ, ୩୬ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ୍ , ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ରନର ଅଲୋଡା ରେକର୍ଡ କଲା କୋହଲି ବାହିନୀ ।
୨-ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ କୋହଲି: ବ୍ୟାଟ୍ସମ୍ୟାନଙ୍କୁ କଲେ ଦାୟୀ, କହିଲେ-ଜିତିବାର ଜୋସ୍ ଦେଖିବାକୁ ମିଳିନଥିଲା ।
୩-ଭାରତକୁ ବଡ଼ ଝଟକା: ବଲ ମାଡ଼ରେ ଭାଙ୍ଗିଛି ଶାମିଙ୍କ ହାଡ଼, ସିରିଜ୍‌ରୁ ଆଉଟ ।
୪-ଭାରତରେ ବୃହତ ବ୍ୟାଙ୍କ ଠକେଇ, ୭୯୨୬ କୋଟି ଟଙ୍କା ଠକି ନେଇଛି ହାଇଦ୍ରାବାଦ କମ୍ପାନି ।
୫-ରାସ୍ତାରେ ସ୍ପିଡ୍ ଲିମିଟ୍ ଟୁଲ୍ ଏବଂ ଗାଡ଼ିରେ ଜିପିଏସ୍ ଲଗାଯିବା ପାଇଁ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ, ଖର୍ଚ୍ଚ ହେବ ୩୭ କୋଟି
୬-ଓଡ଼ିଆରେ ଉପଲବ୍ଧ ହେବ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର:ମୁଖ୍ୟମନ୍ତ୍ରୀ ।
୭-କରୋନା ଟିକା ପାଇଁ ଭାରତକୁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ: ନୀତି ଆୟୋଗ ସଦସ୍ୟ ଭିକେ ପୌଲ ।
୮-ପ୍ରଦେଶ ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ : ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ ପାଇଁ ଛାତ୍ରନେତାଙ୍କୁ ଓଡିଶା ପ୍ରଭାରୀ ଚେଲାକୁମାରଙ୍କ ଉପଦେଶ ।
୯-ନକଲି ଖାଦ୍ୟ ସାମଗ୍ରୀର ହବ୍ କଟକ : ତେଲ,ଘିଅ, ମସଲା ପରେ ଏବେ ସୋୟା ବଡ଼ି ବି ଭେଜାଲ ।
୧୦-ଦାଦାଙ୍କ ନୌକା ବିହାର; ବରଗଡ଼ ସହ ଝାରସୁଗୁଡ଼ା ଜିଲ୍ଲା ଯୋଡ଼ିବାକୁ ପ୍ରୟାସ: ହୀରାକୁଦ ଜଳଭଣ୍ଡାର ଭିତରେ ବ୍ରିଜ ଏବଂ ବ୍ୟାରେଜ ନିର୍ମାଣ ପାଇଁ ଅନୁଧ୍ୟାନ କଲେ ସାଂସଦ ସୁରେଶ ପୂଜାରୀ ।
୧୧-ପଶ୍ଚିମବଙ୍ଗରେ ହାଇଭୋଲଟେଜ ରାଜନୈତିକ ଡ୍ରାମା । ମିଶନ୍ ୨୦୦ର ଟାର୍ଗେଟ ଦେଲେ ଅମିତ ଶାହା, ମେଦିନାପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଲେ ବିଜେପିର ଚାଣକ୍ୟ ।
୧୨-ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବଢିଲା ଚାପ, ପରୀକୁ ନ୍ୟାୟ ପାଇଁ ଆଜିଠାରୁ ବିଜେପିର ପାଞ୍ଚ ଦିନିଆ ପଦଯାତ୍ରା ।
୧୩-ସଂସ୍କାର ପଥେ ସଂସ୍କୃତି ବିଭାଗ, ମାର୍ଚ୍ଚ ୩୧ ସୁଦ୍ଧା ସାହିତ୍ୟ ଏକାଡେମିର ବାକିଆ ପୁରସ୍କାର ।
୧୪-ପାରାଦୀପ ଆସିବେ ୧୪୫ ବିଧାୟକ, ଆଇଏନ୍‌ଏସ୍ ଜଳସ୍ବାରେ ବସି ସମୁଦ୍ର ବୁଲିବେ ।
୧୫-ଦିଲ୍ଲୀରେ କଂଗ୍ରେସର ମାନସମନ୍ଥନ । ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଲେ ସୋନିଆ, ରାହୁଲଙ୍କୁ ନେତୃତ୍ୱ ଦେବା ପ୍ରସଙ୍ଗରେ ନେତାଏ କହିଲେ ନାହିଁ କୌଣସି ସମସ୍ୟା ।
୧୬-୨୦୨୦ ମସିହାର ୧୦ ବୈଜ୍ଞାନିକ ଉପଲବ୍ଧି ମଧ୍ୟରେ କରୋନା ଭାକ୍ସିନ ପ୍ରଥମ: ସାଇନ୍ସ ମ୍ୟାଗଜିନ।

Leave A Reply

Your email address will not be published.