ଭଗବତୀନଗର ପ୍ରିମିୟରଲିଗ୍ ମ୍ୟାଚ୍ ଉଦଯାପିତ

0 151

ବାରଙ୍ଗ,୩୦।୪(ଏସଏସନିଉଜ)ଭୁବନେଶ୍ବରବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀ ନଗର ଗ୍ରାମମୁଣ୍ଡ ଖେଳ ପଡିଆରେ ରବିବାର ଅପରାହ୍ନ ସମୟରେ ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଶେଷ ଦିନରେ ଅନୁଷ୍ଟିତ ଫାଇନାଲମ୍ୟାଚ୍ ବ୍ଲାକ୍ କୋବ୍ରା ସହିତ ଗୋଲଡେନ୍ ଷ୍ଟାର ମଧ୍ୟରେ ହୋଇଥିଲା।ଏଥିରେ ଗୋଲଡେନ୍ ଷ୍ଟାର ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୭ଓ୍ବିକେଟ ବିନିମୟରେ ୫୦ ରନ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବ୍ଲାକ୍ କୋବ୍ରା ଦଳ ୮ଓଭରରେ ୬ଓ୍ବିକେଟ ବିନିମୟରେ ୫୧ରନ ସଂଗ୍ରହ କରି ବିଜୟ ହୋଇଥିଲା ।ଉଦଘାଟନ ଉତ୍ସବରେ ଭଗବତୀନଗର ଗ୍ରାମକମିଟି ସଭାପତି ହୁଲ୍ଲାସ ଭଞ,ସମ୍ପାଦକ କିଶୋର ସାମଲ,ସାମ୍ବାଦିକ ଜଗନ୍ନାଥ ଭଞ,ଲକ୍ଷ୍ମଣ କାଣ୍ଡି,ନିଳମଣି ସାମଲ,ଚଇଁ ସାମଲ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହେବବୋଲି ଅତିଥିମାନେ କହିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ୫ଦିନଧରି ଚାଲିଥିଲା ଓ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ ବୋଲି କ୍ଲବର ଶିଶିର ବେହେରା, ସଞୟ ସାମଲ,ବିଜୟ କୁମାର ମହାପାତ୍ର,କାହ୍ନା ବେହେରା,ବିଦ୍ରୃପ ସାମଲ,ହିରଣ୍ୟ ସାମଲ ପ୍ରମୁଖ କହିଛନ୍ତି।ଉଦଯାପନୀ ଦିବସରେ ଅତିଥିମାନେ ବିଜୟୀ ବ୍ଲାକ୍ କୋବ୍ରା ଦଳକୁ ଚମ୍ପିୟାନ ଟ୍ରଫି ନଗଦ ୫ହଜାର ଟଙ୍କା ଓ ରନର୍ସଅଫ୍ ଗୋଲଡେନ୍ ଷ୍ଟାର ଦଳକୁ ଟ୍ରଫି ସହ ୫୦୦ଟଙ୍କା ପ୍ରଦାନ କରାଯାଇଛି।କାଳିଆ ସାମଲକୁ ମ୍ୟାନଅଫଦି ମ୍ୟାଚ୍ ଘୋଷଣା କରିବା ସହିତ ଟ୍ରଫି ପ୍ରଦାନ କରାଯାଇଛି।

Leave A Reply

Your email address will not be published.