ଭକ୍ତମାନଙ୍କ ପାଇଁ ଖୋଲିବ ମହାକାଳେଶ୍ୱର ମନ୍ଦିର

ସକାଳର ଖବର,୨୮-ଜୁନ-୨୦୨୧,ସୋମବାର

0 242

➡️୧-ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ କହିଲେ ଗୁଜବରେ ବିଶ୍ୱାସ କରନ୍ତୁନି, ଟିକା ନିଅନ୍ତୁ ।
➡️୨-ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି ।
➡️୩-ସ୍ୱଚ୍ଛତା ଲାଗି ଜମିଜମା କାଗଜପତ୍ର ସହ ସଂଯୁକ୍ତ ହେବ ‘ଆଧାର’ ,୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ ।
➡️୪-ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା ।
➡️୫-କାର୍‌ର ଆଗ ଦୁଇଟି ସିଟ୍‌ରେ ଡୁଆଲ୍‌ ଏୟାରବ୍ୟାଗ୍‌ ସମୟ ସୀମା ବଢ଼ିଲା, ମିଳିଲା ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ।
➡️୬-ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସମେତ ସମସ୍ତ ସାଂସଦ ଓ ବିଧାୟକ । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ହେବ ଆଲୋଚନା ।
➡️୭-ସରିଲା ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ ପରୀକ୍ଷଣ, ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟରେ ହୋଇପାରେ ଟୀକାକରଣ ଆରମ୍ଭ ।
➡️୮-ବିଜେଡ଼ି ମହିଳା ଶାଖାର କର୍ମକର୍ତ୍ତା ନିଯୁକ୍ତ ହେଲେ ୫ ପରାମର୍ଶଦାତା ଓ ୩ କାର୍ଯ୍ୟକାରୀ ସଭାପତି ।
➡️୯-ଏସ୍‌ବିଆଇ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ସେବା ଆରମ୍ଭ, ୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ନେଇ ହେବ ଲୋନ୍ ।
➡️୧୦-ଆଜିଠାରୁ ପୁଣି ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ‘ମୋ ନିବେଦନ’ ।
➡️୧୧-ୟୁପି ବିଧାନସଭା ନିର୍ବାଚନରେ ୧୦୦ ଆସନରେ ନିର୍ବାଚନ ଲଢ଼ିବ ଓୱେସୀଙ୍କ AIMIM ଦଳ ।
➡️୧୨-ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ଲାଗିଲା ପ୍ରତିବନ୍ଧକ, 21 ଜୁଲାଇ ପର୍ଯ୍ୟନ୍ତ ଭାରତ-ୟୁଏଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିବ ।
➡️୧୩-ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ।
➡️୧୪-ଜମ୍ମୁ ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ବିସ୍ଫୋରକ ଡ୍ରୋନର ଆକ୍ରମଣ । ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ ଡ୍ରୋନ ଆକ୍ରମଣ କରିଥିବା ନେଇ ପ୍ରାଥମିକ ସୂଚନା ।
➡️୧୫-ଗଠିତ ହେଲା ପୁଡୁଚେରୀ ମନ୍ତ୍ରୀମଣ୍ଡଳ, ସାମିଲ ହେଲେ ୫ ମନ୍ତ୍ରୀ, ୪ ଦଶକ ପରେ ମହିଳାଙ୍କୁ ମିଳିଲା ମନ୍ତ୍ରୀ ପଦ ।
➡️୧୬-ଆଜିଠାରୁ ଭକ୍ତମାନଙ୍କ ପାଇଁ ପୁଣି ଖୋଲାଯିବ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିର ।
➡️୧୭-ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ମହିଳା ଏବଂ ଶିଶୁଙ୍କ ସମେତ ୧୦ ରୁ ଅଧିକ ଗୁରୁତର ।
➡️୧୮-ତୀରନ୍ଦାଜି ବିଶ୍ଵ କପ୍: ସ୍ଵାମୀ-ସ୍ତ୍ରୀ ଯୋଡିଙ୍କ କମାଲ, ଭାରତକୁ ଜିତାଇଲେ ତୃତୀୟ ସ୍ଵର୍ଣ୍ଣ ପଦକ ।
➡️୧୯-ଶ୍ରୀଲଙ୍କା ଗସ୍ତ ଠିକ୍ ପୂର୍ବରୁ ଦ୍ରାବିଡଙ୍କ ବଡ ବୟାନ- ସମସ୍ତ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ, ସିରିଜ୍ ଜିତିବା ଗୁରୁତ୍ଵପୂର୍ଣ୍ଣ ।
➡️୨୦-ଇଂଲଣ୍ଡ-ଶ୍ରୀଲଙ୍କା ଟି-୨୦ ସିରିଜ୍‌ର ମ୍ୟାଚ୍ ରେଫରୀ କୋଭିଡ୍-୧୯ ପଜିଟିଭ୍, ବିପଦରେ ୭ ସଦସ୍ୟ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.