ଭକ୍ତଶୂନ୍ୟ ରଥଯାତ୍ରା ନେଇ କୋର୍ଟକୁ ଯାଇଛି ପିଟିସନ୍

0 343

ସଂକ୍ଷେପରେ ସକାଳର ଖବର,ତାରିଖ ୨୦/୦୬/୨୦, ଶନିବାର
୧-ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ୫ଟି ମାମଲା,ଦୁଇଟି ରିକଲ୍ ପିଟିସନ।
୨-ଚଳିତ ଶିକ୍ଷାବର୍ଷରୁ ସିଲାବସ୍ ର ୨୫% ସ୍ବ-ଅଧ୍ୟୟନ, ସ୍ନାତକ ଓ ସ୍ନାତକୋତ୍ତର ପାଇଁ ଗାଇଡଲାଇନ ଜାରି।
୩-ରବିବାରରେ ସୂର୍ଯ୍ୟ ପରାଗ,ଆଜି ରାତି ୧୦ଟା ୩୮ରୁ ପାକ ତ୍ୟାଗ।
୪-ପୈତୃକ ଗାଁରେ ସହିଦ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ।
୫-କନ୍ଧମାଳ: ସହିଦଙ୍କ ଭାଇ ଭଉଣୀଙ୍କୁ ପାଠପଢା ସହ ଚାକିରେ ଦେବେ କନ୍ଧମାଳ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତ ଡ.ଅଚ୍ୟୁତ ସାମନ୍ତ।
୬-କଟକ:ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଥିଲେ ଅବସାଦଗ୍ରସ୍ତ, ପରିବାର ଲୋକଙ୍କ ସୂଚନା ପରେ ଆଲୋଡନ।
୭-AIIMS ପିଜି ପ୍ରବେଶିକା ରେଜଲ୍ଟ, ଭୁବନେଶ୍ୱର ଏମ୍ସ ଛାତ୍ରୀ ଟପ୍ପର।
୮-ପୁଣି ଥରେ ଓଡ଼ିଶାକୁ ଘାରିଲା ପଙ୍ଗପାଳ ଭୟ, ମୁକାବିଲା ପାଇଁ କୃଷି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ସୂଚନା ଦେଲେ ସଚିବ।
୯-ରଥଯାତ୍ରା ପାଇଁ ବଢ଼ିଲା ଆଶା।ଛତିଶାନିଯୋଗ ବୈଠକ ପରେ ଗଜପତି କହିଲେ, ଏବେ ବି ରଥଯାତ୍ରା ନେଇ ରଖିଛୁ ଆଶା, ଭକ୍ତଶୂନ୍ୟ ରଥଯାତ୍ରା ନେଇ କୋର୍ଟକୁ ଯାଇଛି ପିଟିସନ୍ ।
୧୦-ବଢ଼ିଲା ଅମ୍ବାନୀଙ୍କ ସମ୍ପତ୍ତି,ଏବେ ମୁକେଶ ଅମ୍ବାନି ବିଶ୍ୱର ୧୧ ତମ ଏବଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି । ବ୍ଲୁମ୍ବର୍ଗ ବିଲିୟନେୟର ଇଣ୍ଡେକ୍ସ ଜାରି କଲା ତାଲିକା।
୧୧-ଭାରତ-ଚୀନ୍ ବିବାଦ: ସରକାରଙ୍କ ପଦକ୍ଷେପକୁ ସବୁ ରାଜନୈତିକ ଦଳର ସମର୍ଥନ।
୧୨-ଚୀନକୁ ଦିଆଯିବ କଡ଼ା ଜବାବ୍, ସବୁ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ।

Leave A Reply

Your email address will not be published.