ଭାଲୁ ସାମ୍ନାରେ ମା ଓ ଝିଅ

0 194

ମାଲକାନଗିରି,୧୫/୭(ଏସ ଏସ ନିୟୁଜ)ଜଙ୍ଗଲରେ ଭାଲୁ ସହ କଲେ ଯୁଧ୍ୟ।ନିଜକୁ ଓ ଛୋଟ ପିଲାକୁ ଭାଲୁ କବଳରୁ ରକ୍ଷା କରିବାକୁ ମହିଳା ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ କରିଥିଲେ ପ୍ରାଣମୂର୍ଚ୍ଛ। ସଂଘର୍ଷ।ଶେଷରେ ଭାଲୁ ମୁହଁରୁ ନିଜ ପିଲାକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।କିନ୍ତୁ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।ଏହିଭଳି ଘଟଣା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଘଟିଛି।
ଆଜି ସକାଳେ ବଣ୍ଡାଘାଟିର କିରସାନି ପଡା ଗ୍ରାମର ସମାରି ଶିଶା ଏବଂ ତାଂକ ଝିଅ ଜଂଗଲକୁ କୌଣସି କାମ ଉଦେଶ୍ୟରେ ଯାଇଥିବା ବେଳେ ହଠାତ୍ ଏକ ଭାଲୁ ଜଙ୍ଗଲରୁ ବାହାରି ମା’ ଓ ଝିଅକୁ ଆକ୍ରମଣ କରିଥିଲା। ତେବେ ଝିଅ ଉପରେ ଭାଲୁ ଡେଇଁ ପଡି ଆକ୍ରମଣ କରୁଥିବା ବେଳେ କୁନି ଝିଅ ର ମା’ ଭାଲୁ ସହ ଲଢେଇ କରିଥିଲା।ଭାଲୁ ଝିଅକୁ ଛାଡି ମା’କୁ ଆକ୍ରମଣ କରିଥିଲା। ଦୀର୍ଘ ସମୟ ଧରି ଭାଲୁ ସହ ମାର ଲଢେଇ ପରେ ଭାଲୁଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା। ଭାଲୁ ଆକ୍ରମଣରେ ମା’ ଓ ଝିଅ ଗୁରୁତର ହୋଇଥିବାର ଜାଣି ସ୍ଥାନୀୟ ଲୋକେ ପ୍ରଥମେ ଖଇରପୁଟ ମେଡିକାଲ ଓ ପରେ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା। ଏହି ଗରିବ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.