ମାଲକାନଗିରି,୨୯/୭(ଏସ ଏସ ନିଉଜ) କାଲିମେଳାରେ ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ମାନ୍ୟମକୋଣ୍ଡା ପଞ୍ଚାୟତର ପୋଟେରୁ ଗାଁ ନିକଟରେ ରହିଛି ଏହି କେନାଲ । ୨୦ରୁ ୩୦ ଫୁଟ ଓସାରର ବନ୍ଧ ଭାଙ୍ଗିଯିବା ଯୋଗୁଁ ତଳିଆ ଅଞ୍ଚଳରେ ଥିବା ୫୦ ରୁ ୬୦ ଏକର ଧାନ ଚାଷ ଜମିରେ ପାଣି ମାଡି ଯାଇଛି । ଏବେ ଜମି ଉପରେ ୫ ଫୁଟ ଉଚ୍ଚର ପାଣି ଲହରି ମାରୁଥିବାର ଦେଖିବାକୁ ମିଳିଛି ।
