ଭାରତମସଲା ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍

କଟକ,୨୨।୨(ଏସଏସନିଉଜ) ଭାରତ ମସଲା ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ରାମଦାସପୁର ଖେଳ ପଡିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କେବଳ କର୍ମକ୍ଷେତ୍ରରେ ନିଜକୁ ସିମୀତ ନରଖି ନିଜ ମଧ୍ୟରେ ଥିବା ପ୍ରତିଭାକୁ ପ୍ରଦର୍ଶିତ କରିବା ହେଉଛି ଭାରତ ମସଲାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିଭା କେବଳ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟରେ ନଥାଏ ପ୍ରତିଭା ସମସ୍ତଙ୍କ ମଧ୍ୟରେ ରହିଛି। ଯାହାକୁ ପ୍ରଦର୍ଶିତ କରିବାକୁ ଭାରତ ମସଲା ମ୍ୟାନେଜିଙ୍ଗ ଡାଇରେକ୍ଟର ସୁଶାନ୍ତ ପଣ୍ଡା ପ୍ରୟାସ ଆରମ୍ଭ କରିଛନ୍ତି। ନିଜ କର୍ମଚାରୀଙ୍କୁ ମଧ୍ୟରେ ଥିବା ପ୍ରତିଭା ଓ ସ୍ଵାସ୍ଥ୍ୟ ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ରବିବାର ସକାଳୁ ରାମଦାସପୁର ଖେଳପଡ଼ିଆରେ ନିଜ କର୍ମଚାରୀଙ୍କୁ ନେଇ ଏକ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। ଯେଉଁଥିରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। କୁଲ ଚ୍ୟାଲେଞ୍ଜର, ଷ୍ଟ୍ରଙ୍ଗ ଷ୍ଟ୍ରାଇକର, ଗୋଲ୍ଡେନ ୱାରିଅର, ତିଖା ଟାଇଟନସ୍ ଆଦି ୪ଟି ଟିମକୁ ନେଇ ୬ ଓଭର ବିଶିଷ୍ଟ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେତା ହୋଇଥିଲେ ଷ୍ଟ୍ରଙ୍ଗ ଷ୍ଟ୍ରାଇକର ଟିମ ଏବଂ ଉପ ବିଜେତା ହୋଇଥିଲେ ଗୋଲ୍ଡେନ ୱାରିଅର। ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଭାରତ ମସଲାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁଶାନ୍ତ ପଣ୍ଡା ଓ ଚେୟାରମ୍ୟାନ ସନ୍ତୋଷ ପଣ୍ଡା ପୁରସ୍କାର ପ୍ରଦାନ କରିଥିଲେ। ଆଗମୀ ବର୍ଷ ମାନଙ୍କରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଭାରତ ମସଲା ପକ୍ଷରୁ କୁହାଯାଇଛି।

- Advertisement -

Leave A Reply

Your email address will not be published.