ଭାରତର ତିନୋଟି ଶ୍ରେଷ୍ଠ ପୋଲିସ୍ ଷ୍ଟେସନ୍ ମଧ୍ୟରେ ଆସ୍କା ପାଇଲା ସ୍ଥାନ

0 204

ଆସ୍କା ,୬ା୧(ଏସଏସନିଉଜ) ୨୦୨୨ମସିହାରେ ଦେଶର ସର୍ବୋତ୍ତମ ତିନୋଟି ପୋଲିସଷ୍ଟେସନ ମଧ୍ୟରୁ ଓଡ଼ିଶାର ଗଞ୍ଜାମଜିଲ୍ଲା ଆସ୍କା ପୋଲିସଷ୍ଟେସନକୁ ଗୃହ ମନ୍ତ୍ରଣାଳୟ (ଗଐଇ) ଗୋଟିଏ ଭାବରେ ମନୋନୀତ କରଛିି । ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ ତରୁଣକୁମାର ଜାନୁଆରୀ୨ରେ ଓଡିଶାଡିଜିପି ସୁନୀଲକୁମାରବନସଲଙ୍କୁ ଚିଠିଲେଖି ସୂଚନା ଦେଇଛନ୍ତି। ଜାନୁଆରୀ୧୯ ଅପରାହ୍ନରେ ରିହର୍ସାଲପାଇଁ ଏବଂ ଜାନୁଆରୀ୨୦ରେ ଟ୍ରଫିପାଇବାକୁ କନଫରେନ୍ସଭେନ୍ୟୁରେ କ୍ରସବେଲ୍ଟ ସହିତ ୟୁନିଫର୍ମରେ ଉପସ୍ଥିତ ରହିବାକୁ ଏସଏଚପିକୁ ନିର୍ଦ୍ଦେଶ ଦେବାକୁ ସେ ଡିଜିପିଙ୍କୁ କହିଥିଲେ।ଦିଲ୍ଲୀରେ ଏସଏଚଓଙ୍କ ରହଣି ଏବଂ ପରିବହନପାଇଁ ବ୍ୟବସ୍ଥା କରାଯାଉଛିବୋଲି କୁମାରକହିଛନ୍ତି । ଏହାସହ ଏସଏଚଓକୁ ତାଙ୍କର ପାସପୋର୍ଟ ଆକାରର ଫଟୋଗ୍ରାଫ ଏବଂ ଭ୍ରମଣଯୋଜନା ପଠାଇବାକୁ କୁହାଯାଇଛି ।

Leave A Reply

Your email address will not be published.