ଭାରତରେ ପହଞ୍ଚିଲା ୫ ରାଫେଲ

0 235

ନୂଆଦିଲ୍ଲୀ ,୨୯/୭(ଏସଏସନିୟୁଜ) ଭାରତରେ ବୁଧବାର ପହଞ୍ଚିଛି ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ। ଭାରତୀୟ ବାୟୁ ସୀମାରେ ଯୁଦ୍ଧ ବିମାନ ପ୍ରବେଶ କରିବା ମାତ୍ରେ ସମୁଦ୍ରରେ ମୁତୟନ ଥିବା ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ସେମାନଙ୍କୁ ସ୍ୱାଗତ ଜଣାଇଥିଲା। ଏହାପରେ ଭାରତୀୟ ବାୟୁସେନାର ୨ଟି ସୁଖୋଇ ଯୁଦ୍ଧ ବିମାନ ଉକ୍ତ ରାଫେଲ ବିମାନଗୁଡ଼ିକୁ ହରିୟାଣାର ଅମ୍ବାଲା ବିମାନଘାଟି ପର‌୍ୟ୍ୟନ୍ତ ପାଛୋଟି ଆଣିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ଏହା ଜଣାଇଛନ୍ତି। ଆଇଏନଏସ କୋଲକାତା ପକ୍ଷରୁ ସ୍ୱାଗତ କରିହାପି ଲାଣ୍ଡିଂ କୁହାଯାଇଥିଲା । ରାଫେଲ ଉଡ଼ାଉଥିବା ଗ୍ରୁପ କ୍ୟାପଟେନ ଗୁରକିରତ ସିଂହ ଏହାର ଜବାବରେ ହାପି ହଣ୍ଟିଂ କହିଥିଲେ ।

Leave A Reply

Your email address will not be published.